
ଅନୁଗୁଳ : ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ । ଶନିବାର ସକାଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁମ୍ଭାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ମୋହନ ମୂରଲୀ ବେହେରା(୨୭ ବର୍ଷ) । ସୂଚନା ମୁତାବକ, ଶନିବାର ସକାଳେ ମୋହନ ଘର ପଛ ପାର୍ଶ୍ଵରେ ଥିବା ଆମ୍ବ ଗଛରେ ଚଢ଼ି ଆମ୍ବ ତୋଳୁଥିଲେ । ମାତ୍ର ଗୋଡ଼ ଖସିଯିବାରୁ ଖସି ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଚିକିସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।