
ବଲାଙ୍ଗିର, (କେପିଏନ୍ଏସ୍) : ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ହୋଟେଲ ରୁମ୍ରେ ନିଶାସେବନ ପରେ ହୋଟେଲ ରୁମ୍ରୁ ତଳକୁ ଡେଇଁଲେ ଯୁବକ । ଯୁବକଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିବା ବେଳେ ଗୁରୁତର ଆଘାତ ଲାଗିଛି । ସଂପୃକ୍ତ ଯୁବକ ଜଣଙ୍କ ହେଲେ ରାଜେଶ ଦୀପ । ତାଙ୍କ ଘର ବଲାଙ୍ଗିର ମଧିଆପାଲିରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହରରେ ଥିବା ହୋଟେଲ ବ୍ଲୁଲାଗୁନରେ ରୁମ୍ ନେଇ ୪ ଜଣ ସାଙ୍ଗ ରହିଥିଲେ । ସମସ୍ତେ ନିଶାସେବନ କରିଥିଲେ । ହଠାତ ହୋଟେଲ ରୁମ୍ରୁ ରାଜେଶ ତଳକୁ ଡେଇଁପଡ଼ିଥିଲେ । ତେବେ କାହିଁକି ଓ କେଉଁ କାରଣ ପାଇଁ ଯୁବକ ଜଣଙ୍କ ଡେଇଁପଡିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହୋଟେଲ କର୍ମଚାରୀ ଭୀମଭୋଇ ମେଡିକାଲକୁ ପଠାଇଥିଲେ । ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ସମସ୍ତେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ଫେରିବା ପରେ କାହିଁକି ହୋଟେଲ ରୁମ୍କୁ ଯାଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।