
ବଲାଙ୍ଗିର, (କେପିଏନ୍ଏସ୍) : ସଇଁତଲା ବ୍ଲକ କଅସର ଗାଁରେ ଘଟଛି ଏକ ଅଭାବନୀୟ ଘଟଣା । ୧୦୦ ଫୁଟ ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସୂଚନା ଯୋଗ୍ୟ ଯେ, କଅସର ଗାଁର କୁଞ୍ଜ ରଣା ମଦ ପିଇ ୧୦୦ ଫୁଟ୍ର ଟାୱାର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନି ଶମ ବିଭାଗକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳକୁ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କୁଞ୍ଜଙ୍କୁ ତଳକୁ ଉଲ୍ଲାଇବା ପାଇଁ ନିବେଦନ କରିଥିଲେ ହେଲେ କୁଞ୍ଜ ରାଜି ହୋଇନଥିଲେ । ଅନେକ ସମୟ ଧରି ବୁଝାସୁଝା କରିବା ପରେ ମଧ୍ୟ ତଳକୁ ଆସି ନ ଥିଲେ କୁଞ୍ଜ । ଶେଷରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉପରକୁ ଚଢି କୁଞ୍ଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ କୁଞ୍ଜଙ୍କୁ ପରିବାର ଲୋକେ ସଇଁତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର କୁଞ୍ଜଙ୍କୁ ମୃତ ଘୋଷଣା କରିଥିା ସୂଚନା ମିଳିଛି ।