ଭୁବନେଶ୍ୱର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ସହିଦନଗର ଶାନ୍ତି ପଲ୍ଲୀ ବସ୍ତିରେ ଘଟିଛି ଘଟଣା । ମୃତ ଯୁବକ ଜଣକ ହେଲେ ଗୁପି ଗୁଣି । ଏଥିସହ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଡିଜେ ଗୀତରେ କିଛି ଯୁବକ ନାଚୁଥିଲେ । ଏହି ସମୟରେ ସେଠାକୁ କିଛି ଯୁବକ ଆସିଥିଲେ । ସେମାନେ ଗୁପୀ ଗୁଣି ସହ ଝଗଡା କରିଥିଲେ । ପରେ ଦୁର୍ବୃତ୍ତମାନେ ଛୁରୀରେ ଗୁପିଙ୍କ ପେଟ ଓ ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗୁପିଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀଙ୍କ ଆକ୍ରମଣରେ ଅନ୍ୟ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରଛନ୍ତି
Prev Post