oom

ମୁରିବାହାଲରେ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘର ୨୧ତମ ବାର୍ଷିକୋତ୍ସବ ଓ ସ୍ୱାମୀଜୀଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ରାଧାକୃଷ୍ଣ ଓ ଶିବମନ୍ଦିର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସଂଘର ୨୧ତମ ବାର୍ଷିକ ଉତ୍ସବ ଓ ସ୍ୱାମୀଜୀଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ସୁଧାଂଶୁ ପୋଢ଼ ଯାଦବଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ମୁରିବାହାଲ ସରପଞ୍ଚ ବିଶ୍ଵବିହାରୀ ଯୋଶୀ, ସମ୍ମାନୀୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବ୍ଲକ ଜର୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର, ଶ୍ରୀରାମ ସେନା ପ୍ରମୁଖ ରାଜିବ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଦିବ୍ୟସୁନ୍ଦର ସାହୁ ତଥା ମୁଖ୍ୟବକ୍ତା ରୂପେ ଗୁଡିଘାଟ ୟୁପି ସ୍କୁଲ ପ୍ରଧାନଶିକ୍ଷକ ଭଗତ ନାଗ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସଭା ପରିଚାଳନା କରିଥିଲେ ଶିକ୍ଷକ ଲିଲୁମୋହନ ପଧାନ ଓ ସଭା ଶେଷରେ ପଦ୍ମଲୋଚନ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ପୂର୍ବରୁ ସ୍ଵାମୀ ବିବେକାନନ୍ଦ ଛକରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ସଂଘ ପକ୍ଷରୁ ଡ଼ାକ୍ତର ଆଲିଶା ପ୍ରିୟଦର୍ଶିନୀ କର, କୋଶଲି ଦିବ୍ୟାଙ୍ଗ କବି ମଧୁସୁଦାନ ନାଗ, ଦନାର ସାହୁ, ଟିକୁ ଥନାପତି, କରନ ଜାଲ, ବୃନ୍ଦାବନ ବନଛୋରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଘ ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ସମ୍ପାଦକ ପ୍ରେମାନନ୍ଦ ମାଝୀ, ଉଦିତ କୁମାର କଟା, କୋଷାଧକ୍ଷ ସୁଦର୍ଶନ ଖର୍ସେଲ, ଆକାଶ ମହାକୁର, ଉପଦେଷ୍ଟା ମନୋଜ କୁମାର କର, ହୃଦାନନ୍ଦ ସାହୁ, ଭରତ ଦାସ, କୁନ୍ତ ପୋଢ଼, ଭବାନୀ ଶଙ୍କର ଶର୍ମା, ଯଦୁ ନାଗ, ସଂଘର ସଦସ୍ୟ ଶିବ ରାଉତ, ରାଜ ନାଗ, ଜନକ ଖର୍ସେଲ, ବ୍ରହ୍ମ ପୋଢ଼, ବିନୋଦ ଭୋଇ,ଗୋବିନ୍ଦ ସେଠ, ଲିଲୁ ଜାଲ, ସଦାନନ୍ଦ ଜାଲ, ଉତ୍ତମ ଥାଟି, ରୋହନ ବନଛୋଟ୍, ରଞ୍ଜନ ବନଛୋର, ଧିରୁ ନାଗ, ଦୁର୍ଯ୍ୟଧନ ନାଗ, ବୃନ୍ଦାବନ ବନଛୋର, ରୋସନ୍ ମହାରଣା, ଲିପୁନ୍ ମହାକୁର, ଚିକୁ ଜାଲ, ପ୍ରତୀକ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.