ବିଜୟନଗରମ୍ ରେଳଧାରଣାରେ ମୃତ ଛତ୍ରପୁର ଯୁବକ ବୋଲି ଚିହ୍ନଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମ ପଞ୍ଚାୟତର ରାଜନାପଲ୍ଲୀ ଗ୍ରାମର ହରିଚନ୍ଦ୍ର ପଢ଼ିଆରୀଙ୍କ ପୁଅ ସନ୍ତୋଷ ପଢ଼ିଆରୀ ଗତ ୪ମାସ ହେଲା କଳାହାଣ୍ଡି ଜିଲ୍ଲାର ଜୁନାଗଡର ଏକ ଜଳଖିଆ ହୋଟେଲରେ ସପ୍ଲାଏର୍‌ ଭାବେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଅର୍ଥାତ ଶୁକ୍ରବାର ରାତିରେ ଟ୍ରେନ୍ ଯୋଗେ ଜୁନାଗଡରୁ ଛତ୍ରପୁର ଆସୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ନିକଟରେ ଟ୍ରେନ୍‌ରୁ ପଡ଼ିଯାଇଥିଲେ କିମ୍ବା କିଏ ଠେଲି ଦେଇଥିବା ଅନୁମାନ କରାଯାଉଛି । ସେ ରେଳଧାରଣା ତଳେ ପଡ଼ି ମୃତ୍ୟୁବରଣ କରିଛନ୍ତି । ବିଜୟନଗରମ୍ GRP ପୋଲିସ ଶବକୁ ନେଇ ଭିଜାନଗରମ୍ ମେଡ଼ିକାଲରେ ରଖିବା ସହ ଫୋନ ଜବତ କରି ଫୋନ୍ କଲ ତଥ୍ୟ ରୁ ନମ୍ୱର ସଂଗ୍ରହ କରି ତାଙ୍କ ସମ୍ପର୍କୀୟ ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ବର୍ତ୍ତମାନ ଛତ୍ରପୁରରୁ ମୃତକଙ୍କ ଚାରିଜଣ ସମ୍ପର୍କୀୟ ଟ୍ରେନ ଯୋଗେ ବିଜୟନଗରମ୍ ବାହାରିଛନ୍ତି । ଅନ୍ୟ ପକ୍ଷରେ ଶବ ବ୍ୟବଚ୍ଛେଦ ପରେ ଶବକୁ ଗ୍ରାମକୁ ଆଣିବା ପାଇଁ ଗ୍ରାମବାସୀ ଗଞ୍ଜାମ ଶ୍ରମ ଅଧିକାରୀଙ୍କୁ ଜଣାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.