ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଯୁବକ

ଉଦଳା : ନଦୀରେ ଭାସିଗଲେ ଯୁବକ । ନଦୀରେ ଗାଧୋଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୀର୍ଘ ବାଟ ଧରି ନଦୀରେ ଭାସି ଭାସି ଆସିବା ପରେ ଶେଷରେ ସ୍ଥାନୀୟ ଯୁବକ ଉଦ୍ଧାର କରିଥିଲେ । ଉଦଳା କଇଁସାରି ଜାମୁଘାଟ ପୋଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା କାରଣରୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜାମୁଘାଟ ପୋଲ ବୁଡ଼ିଯାଇଛି । ତେବେ ଜଣେ ଯୁବକ ଏହି ନଦୀରେ ଭାସି ଭାସି ଆସିଥିବା ବେଳେ ଜାମୁଘାଟ ପୋଲ ଉପରେ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଯୁବକ ବୁଡ଼ି ଯାଉଥିବା ଦେଖିବାକୁ ପାଇଥିଲେ । କିଛି ବାଟ ଯିବା ପରେ ନ‌ଦୀ ଭିତରେ ଥିବା ୨ ଜଣ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.