om academy

ଧାରୁଆ ଅସ୍ତ୍ରରେ ନିଜ ଯୌନାଙ୍ଗ କାଟିଲେ ଯୁବକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚୁଡାପାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାନସିକ ଭାରସାମ୍ୟ ହରାଇ ନିଜ ଯୌନାଙ୍ଗକୁ ଧାରୁଆ ଅସ୍ତ୍ରରେ କାଟିଲେ ଯୁବକ । ଯୁବକଙ୍କ ନାଁ ପୁରୁଷୋତ୍ତମ କୁମୁରା । ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚୁଡାପାଲି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ବି ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଯୁବକ ଜଣକ ଚେତାଶୁନ୍ୟ ଅବସ୍ଥାରେ ଥିବା ବେଳେ ଗୋଡ଼ରେ ଶିକୁଳି ବନ୍ଧା ହୋଇଛି । ଗତକିଛିଦିନ ହେଲା ଯୁବକଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ପରିବାର ଲୋକେ କହିଛନ୍ତି । ପୁରୁଷୋତ୍ତମ ଭଇଷାଁ କଲେଜର ଛାତ୍ର । ତେବେ କୌଣସି କାରଣକୁ ନେଇ ଚିନ୍ତିତ ରହୁଥିଲେ ଓ ଗତ କିଛିଦିନ ହେଲା ମାନସିକ ସନ୍ତୁଳନ ହରାଇ ବସିଥିଲେ । ଏନେଇ ପରିବାର ଲୋକେ ତାଙ୍କୁ ବାହାରକୁ ଛାଡୁନଥିଲେ । ତେବେ ଆଜି ପୁରୁଷୋତ୍ତମ ଗାଁ ନିକଟସ୍ଥ ନାଳରେ ଯୌନାଙ୍ଗ କାଟି ମୁର୍ମୁଷ ଅବସ୍ଥାରେ ପଡିଥିବା ନେଇ ପରିବାର ଲୋକେ ଖବର ପାଇବା ପରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ପ୍ରେମ ଜନିତ କାରଣରୁ ସେ ଚିନ୍ତିତ ହୋଇ ମାନସିକ ସନ୍ତୁଳନ ହରାଇ ଥିବା ଚର୍ଚ୍ଚା ହେଉଥିବା ବେଳେ ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି । ଡାକ୍ତର ରକ୍ତସ୍ରାବ ଯୋଗୁଁ ଅବସ୍ଥା ଗୁରୁତର ଥିବା କହିଛନ୍ତି । ଜଣେ ଯୁବକ ନିଜ ଯୌନାଙ୍ଗ କାଟିବା ଘଟଣା ସାରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜଣେ ଯୁବକଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ।

Leave A Reply

Your email address will not be published.