ମୁକୁଳା ଡ୍ରେନ୍‌ରେ ଖସିପଡ଼ିଲା ବାଇକ୍‌ : ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଡ୍ରେନ୍‌କୁ ଖସିପଡ଼ିଲା ବାଇକ୍‌ । ସ୍ଲାବ ଉପରେ ପଡ଼ି ଯୁବକ ମୃତ । ବଲାଙ୍ଗିର ବିଷ୍ଣୁମୁଣ୍ଡା ରାସ୍ତାର କଂସାରି ପଡା ଛକରେ ଘଟିଛି ଏଭଳି ଏକ ଦୁର୍ଘଟଣା । ମୃତ ଯୁବକ ଜଣକ କଂସାରି ପଡ଼ାର ସୁଦୀପ୍ତ ପଟ୍ଟନାୟକ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ସୁଦୀପ୍ତ ଆଜି ମଧ୍ୟାହ୍ନରେ ରେଲୱେ ଷ୍ଟେସନ ପଟୁ ଘରକୁ ଫେରୁଥିଲେ । ତେବେ ଏହି ସମୟରେ କଂସାରୀ ପଡା ଛକଠାରେ ମୁକୁଳା ଥିବା ଡ୍ରେନ୍‌ରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ପଡିଯାଇଥିଲେ । କିନ୍ତୁ ଡ୍ରେନ୍‌ର ସ୍ଲାବରେ ପଡ଼ି ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.