ପରିବାରର ୫ ଜଣଙ୍କୁ ହତ୍ୟା କରି ନିଜ ଜୀବନ ହାରିଲେ ଯୁବକ

ମଥୁରା : ଉତ୍ତରପ୍ରଦେଶର ସୀତାପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିବା ପ‌ରେ ନିଜ ଜୀବନ ହାରିଛନ୍ତି । ବ୍ୟକ୍ତି ଜଣକ ହେଲେ ଅନୁରାମ ସିଂହ । ଯୁବକ ଜଣକ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିବା ପରେ, ମା’କୁ ଗୁଳି ମାରିଦେଲେ, ଏହାପରେ ସ୍ତ୍ରୀକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜକୁ ଗୁଳିମାରି ହତ୍ୟା କରିଛନ୍ତି । ପୁଲିସ୍‌ ପ୍ରାଥମିକ ତଦନ୍ତ କରି ସୂଚନା ପାଇଛି ଯେ, ଯୁବକ ଜଣ ନିଶାସକ୍ତ ଥିବା ସହ ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାରେ ମୃତକମାନେ ହେଲେ ଅନୁରାମଙ୍କ ମାଆ ସାବିତ୍ରୀ ଦେବୀ (୬୨), ପତ୍ନୀ ପ୍ରିୟଙ୍କା ସିଂହ (୪୦), ଦୁଇ ଝିଅ ଅସବୀ (୧୨), ଆରନା (୦୮) ଓ ପୁଅ ଅନୁରାଗ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.