oom

ଯୁବ ସାମ୍ବାଦିକ ଅଶ୍ୱିନୀ ଦାସ ସମ୍ମାନିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଅଶ୍ୱିନୀ କୁମାର ଦାସଙ୍କୁ “ଗୁଡ୍‌ ସାମରିଟାନ” ଭାବରେ ସମ୍ମାନିତ କରିଛନ୍ତି ବରଗଡ଼ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ । ଏଥିପାଇଁ ଅଶ୍ୱିନୀଙ୍କୁ ୪ ହଜାର ଟଙ୍କାର ଚେକ୍‌ ସହ ପ୍ରଶଂସା ପତ୍ର ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଡାକ୍ତରଖାନାକୁ ଯାଇ ଭର୍ତ୍ତି କଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ବ୍ୟବସ୍ଥା ରହିଛି ଯାହାଦ୍ୱାରା ଅନ୍ୟମାନେ ଅନୁପ୍ରାଣିତ ହେବେ । ଏହି କ୍ରମରେ ଅଶ୍ୱିନୀ କୁମାର ଦାସ ଗତ କିଛିଦିନ ପୂର୍ବରୁ ଦୁଇଜଣ ଏଭଳି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବରଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବଳରାମ ଦାସ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.