ଜନ୍ମ ଦିନରେ ସମ୍ପୂର୍ଣ୍ଣ ଶରୀରକୁ ଦାନ କଲେ ଯୁବ ସମାଜସେବୀ ଦେବରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍‌ରେ ଯୁବ ସମାଜସେବୀ ଦେବରାଜ ମହାନନ୍ଦ ତାଙ୍କର ଜନ୍ମ ଦିନରେ ନିଜର ସମ୍ପୂର୍ଣ୍ଣ ଶରୀରକୁ ଦାନ କରିଛନ୍ତି । ମେଡିକାଲ କଲେଜର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ସାଚ୍ଚିଦାନନ୍ଦ ପାଣି, ଡ଼ା. ପ୍ରଭାତ ରଞ୍ଜନ ସିଂହ ଓ ଶ୍ରୀକାନ୍ତ ତ୍ରିପାଠୀଙ୍କୁ ଭେଟି ଶରୀର ସେ ଶରୀର ଦାନ କରିଥିବା ସୂଚନା ମିଳିଛି । ଏହାପରେ ତାଙ୍କ ମର ଶରୀରର ଆବଶ୍ୟକୀୟ ଅଙ୍ଗ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢାରେ କାମରେ ଆସି ପାରିବ । ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନିଜ ଅଙ୍ଗ ହରାଉଛନ୍ତି । ଏପର୍ୟ୍ୟନ୍ତ ମଣିଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିବା ବେଳେ ଅଙ୍ଗ ଦାନ ହିଁ କେବଳ ଲୋଲଙ୍କ ଜୀବନ ବଞ୍ଚଉଛି । ଏହାକୁ ନଜରରେ ରଖି ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି । ସାଧାରଣତଃ ମୃତକଙ୍କ ପରିବାର ମୃତକଙ୍କୁ ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ପୋଡି ଦିଅନ୍ତି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀରଟି ଆଉ କାହାରି କାମରେ ଆସି ପାରେନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ମୃତ ଶରୀରକୁ ଦାନ କରି ଦିଆଯାଏ, ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି, କିଡନି ଆଦି ବାହାର କରାଯାଇ ଜଣେ ଆବଶ୍ୟକ କରୁଥିବା ରୋଗୀଙ୍‌ଙ୍କୁ ଦିଆଯାଇ ପାରିବ । ତାଛଡା ମୃତ ଶରୀର ଛାତ୍ରଛାତ୍ରୀଙ୍କ ପଢାରେ ଉପଯୋଗ କରାଗଲେ ଆଗାମୀ ଦିନରେ ବିଜ୍ଞାନର ଉନ୍ନତି ହୋଇ ପାରିବ ବୋଲି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଦେବରାଜ ମହାନନ୍ଦ ଶରୀର ଦାନ କରି ସରିବା ପରେ ଭୀମ ଭୋଇ ମେଡିକାଲ୍ ରକ୍ତ ଭଣ୍ଡାରକୁ ଆସି ଏକ ଅସହାୟ ରୋଗୀଙ୍କୁ ରକ୍ତ ଦାନ ମଧ୍ୟ କରିଛନ୍ତି । ସମାଜସେବୀ ଅଜୟ କୁମାର ନାଗ, ଏନ୍‌ଏଫ୍‌ଆଇଡ଼ି ପ୍ରତିଷ୍ଠାତା ପ୍ରାଭାତ କୁମାର ମହାନନ୍ଦ, ଶିବପ୍ରସାଦ ନାଗ, ଅଶୋକ ସୁନା, ଓଁକାର ସେଠ୍, ଜୟଦେବ ଜାଲ, ସନ୍ତୋଷ କର୍ମୀ, ସନ୍ତୋଷ ପଟ୍ଟନାୟକ, ସତ୍ୟନାରାୟଣ ହୋତା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.