- ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରି କମ୍ ପାଉଣା ଦେଉଥିଲା ମାଲିକ
- ଶ୍ରମିକମାନେ ଇଟା ଭାଟି ମାଲିକଠୁ ଶାରୀରିକ ନିର୍ଯ୍ୟାତନା ମଧ୍ୟ ପାଉଥିଲେ
- ଦାଦନ ପ୍ରବଣ ଗାଁ କାମ ଯୋଗାଇଦେବାକୁ ପ୍ରଶାସନକୁ ନିବେଦନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପେଟ ପାଟଣା ପାଇଁ ତେଲେଙ୍ଗାନାକୁ ଯାଇ ନିର୍ଯ୍ୟାତନା ହୋଇ ସମାଜସେବୀଙ୍କ ପ୍ରୟାସ ନିଜକୁ ଘରକୁ ଫେରିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ଥାନା କାଂସଢା ପଞ୍ଚାୟତ ଢେଙ୍କିମୁଣ୍ଡା ଚୁହୂରିପଡାର ଶ୍ରମିକମାନେ । ଗାଁର କାମଧନ୍ଦା ନମିଳିବାରୁ ପେଟପାଟଣା ପାଇଁ ଶ୍ରମିକମାନେ ତେଲେଙ୍ଗାନା ରାଜ୍ୟର ପଠାନଚେରୁ ନିକଟସ୍ଥ ରାମେଶ୍ୱରଭଣ୍ଡ ଗାଁରେ ଏକ ଇଟାଭାଟିରେ କାମ କରୁଥିଲେ । ଶ୍ରମିକମାନେ କାମ କଲେ ମଧ୍ୟ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଇଟାଭାଟି ମାଲିକ କାମ କରୁଥିଲା ଓ କମ ପଇସା ମଧ୍ୟ ଦେଉଥିଲା । ଶ୍ରମିକମାନେ ଇଟାଭାଟି ମାଲିକଠୁ ଆହୁରି ଅନେକ ପ୍ରକାର ସମସ୍ୟାମାନ ତଥା ଶାରୀରିକ ନିର୍ଯ୍ୟାତନା ସାମ୍ନା କରିବାକୁ ପଡୁଥିଲା । ଏହି ଘଟଣାକୁ ଶ୍ରମିକମାନେ ଯୁବ ସମାଜସେବୀ ଆଇନ ଛାତ୍ର ସୁଜନ ବାଗକୁ ଫୋନ ଯୋଗେ ଯୋଗାଯୋଗ କରି ସବୁ କଥା କହିଥିଲେ । ଏନେଇ ଶ୍ରୀ ବାଗ ହାଇଦ୍ରାବାଦ ଶ୍ରମିକ କମିଶନରଙ୍କ ସହିତ କଥା ହୋଇଥିଲେ ଓ ଶ୍ରମିକମାନଙ୍କୁ ଉଦ୍ଧାର କରି ଓଡ଼ିଶାକୁ ପଠେଇବାକୁ କହିଥିଲେ । ସଙ୍ଗାରେଡି ଜିଲ୍ଲାର ଶ୍ରମିକ ଅଧିକାରୀ ରବିନ୍ଦ୍ର ରେଡି ଇଟାଭାଟିକୁ ଯାଇଥିବା ଶ୍ରମିକମାନେ ହେଲେ ଲବ ବାଗ(୪୫), ସୁମିତ୍ରା ବାଗ(୪୦),ନିଲାମ୍ବର ବାଗ(୨୨), ପୂର୍ଣ୍ଣିମା ବାଗ(୨୧), ସୁବାଷ ବାଗ(୨୦),ସୀମା ବାଗ( ୧୮),ପ୍ରତୀମା ସୁନା(୨୦),ଦିବ୍ୟାସିଂ ବାଗ(୧), ସୁନୀଲ ତାଣ୍ଡି (୨୪),ମେଘନାଦ ବାଗ(୩୫), ଦେବକୀ ବାଗ(୩୨), ଭରତ ବାଗ(୧୮),ଶରତ ବାଗ (୧୫), ଅଶୋକ ବାଗ(୨୮),ବାଇଟ ଭୂଏ(୨୫), ନନ୍ଦିନୀ ଭୂଏ(୮),ସୁହନ ଭୂଏ(୪)ଙ୍କୁ ଉଦ୍ଧାର କରି ଓଡ଼ିଶାକୁ ପଠାଇଥିଲେ । ଶ୍ରମିକମାନେ ବରଗଡ଼ ରେଲ ଷ୍ଟେସନରେ ଓହ୍ଲାଇ ଘରକୁ ଫେରିଥିବା ଜଣାଯାଇଛି । ଏନେଇ ଦାଦନ ପ୍ରବଣ ଗାଁଗୁଡିକରେ ବିଭିନ୍ନ ସରକାରୀ କାମ ଯୋଗାଇଦେବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବୀ ହୋଇଛି ।
ରିପୋର୍ଟ – ନିରୋଜ କୁମାର ପାଣୀ