ମୁରିବାହାଲ ଡିଗ୍ରୀ କଲେଜରେ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଶୁକ୍ରବାର ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ ଅନ୍ୟାନ୍ୟ ବିଷୟରେ ପାରଦର୍ଶିତା ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ କବି ରଞ୍ଜିତ ପଧାନ, ନୋଡାଲ ଅଫିସର ତଥା ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ, ଅଧ୍ୟାପକ ଗୁଣସାଗର ମେହେର, ସୋମେଶ ଦତ୍ତ ହୋତା, ପୂର୍ଣ୍ଣଚନ୍ଦ୍ର ପଧାନ, ଫାଲଗୁନି ଦାସ ଓ ଶରତ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହା ପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ବିଚାରକ ଥିବା ବରିଷ୍ଠ ଆଇନଜୀବୀ ଦୀପକ ରଞ୍ଜନ ବାଗ ଓ ସଙ୍ଗୀତକାର ସୁଦର୍ଶନ ଦୀପଙ୍କୁ କଲେଜ ପକ୍ଷରୁ ସ୍ବତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଛନ୍ଦା ଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, କୈଳାସ ଚନ୍ଦ୍ର ଜାନୀ, ବାବୁଲା ନାୟକ, ବିଜୟ କଲତା, ଅଧ୍ୟାପିକା ମୀରାବାଇ ଗଡ଼ତ୍ୟା, ଯଶୋସ୍ମିତା ବେହେରା, ଶୈଳିକା ନାଏକ, ସରିତା ରଣାଙ୍କ ସହିତ ଅନିରୁଦ୍ଧ ପଧାନ, ଅଭୟାନନ୍ଦ ଦାସ, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, କାଳିଆ ପଧାନ, ଶଶୀ ପଶାୟତ, ଦିଲୀପ ଘିଭେଲା, ମାନିନୀ କମ୍ପ ଓ ପଙ୍କଜିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ପଞ୍ଚମୀ ମାଝୀଙ୍କ ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅଧ୍ୟାପକ ଭ୍ରୀଙ୍ଗରାଜ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ ଶେଷରେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.