ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ାର ପଞ୍ଚାୟତର ସାଲେଭଟା ଗାଁରେ ପାଖାପାଖି ୭୦ ବର୍ଷୀୟ ଜଣେ ଅଜଣା ବ୍ୟକ୍ତି ଗାଁକୁ ୧୫ ଦିନ ହେଲା ଆସି ରହିଯାଇଥିଲେ । ସେ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କ ଗୋଡରେ ଘା’ ହୋଇଥିଲା । ଏପରିକି ସେହି ଘା’ରେ ପୋକ ହୋଇ ଯାଇଥିଲା । ଗାଁ ଲୋକେ ମୁରିବାହାଲ ପ୍ରଶାସନକୁ ଜଣାଇଥିଲେ । କିନ୍ତୁ କେହି ସାହାଯ୍ୟ ପାଇଁ ହାତ ବଢ଼େଇ ନଥିଲେ । ଖବର ପାଇ ଗାଁକୁ ପହଞ୍ଚି ଥିଲେ ତାଙ୍କ ଟିମ୍ ସହ ପଶ୍ଚିମ ଓଡିଶା ଯୁବାମଞ୍ଚର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ । ତୁରନ୍ତ ସେହି ବୃଦ୍ଧଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଚିକିତ୍ସା କରୁଛନ୍ତି । ବୃଦ୍ଧ ଜଣକ ସୁସ୍ଥ ହେବା ପରେ ତାଙ୍କୁ ଥଇଥାନ କରିଯିବ ବୋଲି ପଶ୍ଚିମ ଓଡିଶା ଯୁବା ମଞ୍ଚର ଜିଲ୍ଲା ସଭାପତି ଶ୍ରୀ ସାହୁ କହିଛନ୍ତି । ତାଙ୍କ ସହଯୋଗୀ ରଞ୍ଜନ ବଗର୍ତ୍ତୀ, ସାହିଲ ଖାନ, ମୋହନ ସାହୁ, ଜନ୍ମେଜୟ ଛୁରା, ଗାଁର ୱାର୍ଡ ମେମ୍ବର ରାଜୁ ବାଗ ପ୍ରମୁଖ ଉପସ୍ଥିତ ରହି ବୃଦ୍ଧଙ୍କୁ ସବୁ ପ୍ରକାର ସାହାଯ୍ୟ କରିଥିଲେ ।
