oom

ମୁରିବାହାଲ ପଞ୍ଚାୟତ ଡ଼ିଗ୍ରୀ କଲେଜରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଏକ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଜେପି ଦଳ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ରୂପେ ଡ଼ିଏଭି ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପିକା କବୟିତ୍ରୀ ବନ୍ଦନା କର, ବେଲପଡା କଲେଜ ଓଡ଼ିଆ ଅଧ୍ୟାପକ କବି ବ୍ରଜମୋହନ ମେହେର, ସିରୋଲ ହାଇସ୍କୁଲ ବିଜ୍ଞାନ ଶିକ୍ଷକ କବି ଲିଲୁ ମୋହନ ପଧାନ ଓ କୁର୍ଲୁବାହାଲ ହାଇସ୍କୁଲ ସଂସ୍କୃତ ଶିକ୍ଷକ ଯଶୋବନ୍ତ ସାହୁ ଓ ଅଧ୍ୟାପକ ଦିଲୀପ ପଶାୟତ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା ଅଧ୍ୟାପକ ଭ୍ରିଙ୍ଗରାଜ ରଣା ଓ ଧନ୍ୟବାଦ ଦେଇଥିଲେ । ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଏ ଅବସରେ କବିତା ପାଠ କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ସରୋଜ କୁମାର ନାୟକ, ବନ୍ଦନା କର, ବ୍ରଜମୋହନ ମେହେର, ଲିଲୁ ମୋହନ ପଧାନ, ଯଶୋବନ୍ତ ସାହୁ, ଘନଶ୍ୟାମ ଖମାରୀ, ଦିଲୀପ ପଶାୟତ, ପ୍ରେମ ଚାନ୍ଦ ତାଣ୍ଡି, ସରିତା ରଣା, ଯଶୋସ୍ମିତା ବେହେରା, ରମେଶ ବାଗ, କରିନା ଚିନ୍ମୟୀ ଆକାଂକ୍ଷା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.