oum

ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସର ପ୍ରେସ ବିଜ୍ଞପ୍ତି

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହେବ। ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ କ୍ରସିଂ ଉପରେ ଏକ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ସରିଛି, ଯାହାକି ଆସନ୍ତାକାଲି ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ ହେବାକୁ ଯାଉଛି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଓଡିଶା ସରକାରଙ୍କୁ ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛି । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ମହୋଦୟଙ୍କୁ ଟିଟିଲାଗଡ଼ବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ନ୍ୟାର୍ୟ୍ୟ ଦାବୀ ପୂରଣ ପାଇଁ ବିଗତ ଦିନରେ ଦେଇଥିବା ପ୍ରତିଶୃତି କେବଳ ପ୍ରତିଶୃତି ହୋଇ ରହିଯାଇଥିବା ଯୁବ କଂଗ୍ରେସ ସୂଚନା ଦେଇଛି । ତେଣୁ ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଯୁବ କଂଗ୍ରେସ ଓଡ଼ିଶା ସରକାର ତଥା ମାନ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟିଟିଲାଗଡ଼ବାସୀଙ୍କ ସମସ୍ୟା ଗୁଡିକୁ ଅବଗତ କରାଇ ପ୍ରତିଶୃତି ତଥା ଦାବୀ ସମୂହ ପୂରଣ କରିବା ନିମନ୍ତେ ଅନୁରୋଧ କରିଛି । ମୁଖ୍ୟ ଦାବୀ ଗୁଡ଼ିକ ହେଉଛି, ଟିଟିଲାଗଡ ସହର ଗ୍ରୀଷ୍ମ ପ୍ରକୋପ ତଥା ଉଚ୍ଚ ତାପମାତ୍ରା ପାଇଁ ତତଲାଗଡ଼ ରୂପେ ପରିଚିତ ହୋଇଥିବା ବେଳେ ଟିଟିଲାଗଡ଼ରେ ପାନୀୟ ଜଳ ଯୋଗାଣରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । ତେଣୁ ଯଥାଶୀଘ୍ର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରି ସହରବାସୀଙ୍କୁ ଜଳକଷ୍ଟରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛି । ଏହା ସହ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ୧୩୨ କେଭି ଗ୍ରୀଡ଼ ସ୍ଥାପନ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଲୋକାର୍ପିତ ମାତୃ ଏବଂ ଶିଶୁ ଚିକିତ୍ସାଳୟ କାର୍ୟ୍ୟକ୍ଷମ, ଟିଟିଲାଗଡ଼ ଉପଖଣ୍ଡ ସ୍ଥାରୀୟ ଚିକିତ୍ସାଳୟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବରେ ଉନ୍ନୀତ କରାଯାଇ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ଟିଟିଲାଗଡ଼ବାସୀଙ୍କ ଦୀର୍ଘଦିନର ନ୍ୟାର୍ୟ୍ୟ ଦାବୀ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାବି କରାଯାଉ, କୋରୋନା ମହାମାରୀ ଦ୍ବିତୀୟ ଲହରରୁ ଟିଟିଲାଗଡ଼ବାସୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପୁନଶ୍ଚ କୋଭିଡ଼ ଚିକିତ୍ସାଳୟକୁ ଆରମ୍ଭ କରିବା ଆଦି ବିଭିନ୍ନ ଦାବୀ ନେଇ ଟିଟିଲାଗଡ ଯୁବ କଂଗ୍ରେସ ସରକାରଙ୍କୁ ଅନୁରୋଧ କରିବା ସହ ଚେତାଇ ଦେଇଛି ଯେ ଆଗାମୀ ଦିନରେ ଟିଟିଲାଗଡ଼ବାସୀଙ୍କ ସମସ୍ୟା ସମାଧାନ ତଥା ଦାବି ଗୁଡିକ ପୂରଣ କରା ନଗଲେ, ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ବୀରେନ୍ଦ୍ର ବାଗ, ଟିଟିଲାଗଡ଼ ବିଧାନସଭା ଯୁବକଂଗ୍ରେସ କମିଟି ସଭାପତି ଅଭିଶେକ ପଟ୍ଟନାୟକ ଓ ଟିଟିଲାଗଡ଼ ନଗର ଯୁବକଂଗ୍ରେସ କମିଟି ସଭାପତି ଜ୍ଞାନରଞ୍ଜନ ସରାଫ ଉପସ୍ଥିତ ଥିଲେ ।

Leave A Reply

Your email address will not be published.