ଡିଗ୍ରୀ କଲେଜ କୁଶଙ୍ଗରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ଏକ ତାରିଖରୁ ଚାଲିଥିବା ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ସଭାପତିତ୍ୱରେ ଆଜି ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ମୂଲ୍ୟବୋଧକୁ ଜୀବନରେ ବିନିଯୋଗ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ନୀଳାଞ୍ଚଳ ଚିରଗୁନ ଛାତ୍ର ଜୀବନର ମହତ୍ୱ ଉପରେ ବୁଝାଇ ଥିଲେ । ସମାଜସେବୀ ଗୋଲକ ପଟେଲ ପିଲାଙ୍କୁ ଉତ୍ତମ ମଣିଷ ହେବା ପାଇଁ ପ୍ରେରଣା ଦେଇଥିବା ବେଳେ ନୋଡାଲ ଅଫିସର ଶମ୍ଭୁ ପ୍ରସାଦ ସାହୁ, ଡ. ଅଜିତ କୁମାର ଭୋଇ, ଡ. ଲକ୍ଷ୍ମଣ ମେହେର ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ, ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ, ବାରିଧି ତନୟା ତ୍ରିପାଠୀ ଖେଳ ଶିକ୍ଷକ ରମାକାନ୍ତ ରାଉତ ତଥା କଲେଜର ଅନ୍ୟାନ୍ୟ କର୍ମଚାରୀ ଚକ୍ରଧର ପଟେଲ, ପଞ୍ଚାନନ ପଟେଲ, ଚକ୍ରପାଣି ପଟେଲ, ଗୌର ପଟେଲ, ପବିତ୍ର ବାଗ, ବୈଷ୍ଣବ ତ୍ରିପାଠୀ, ବିପିନ ପୋଡ଼ଙ୍କ ପୂର୍ଣ୍ଣ ସହଭାଗିତା ଥିଲା । ସାମାଜିକ, ସାଂସ୍କୃତିକ ଏବଂ କ୍ରୀଡା ଭିତ୍ତିକ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ବିଶେଷ ସଫଳତା କ୍ଷେତ୍ରରେ ଅଙ୍କିତ ଦେହେରୀ, ଅଙ୍କିତ ପଟେଲ, ରାହୁଲ ସାହୁ, ରୁପେଶ ସେଠ, ଈଶ୍ୱର ମଲ୍ଲିକ, ପଙ୍କଜିନୀ ଗଡ଼ତ୍ୟା, କାଜଲ ପୃଷ୍ଟି, ବର୍ଷାରାଣୀ ମେହେର, ଲିସା ବାଗ ପ୍ରମୁଖଙ୍କ ଅକ୍ଲାନ୍ତ ପରିଶ୍ରମ ରହିଥିଲା । ମୋଟା ମୋଟି ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଭାଗ ନେଇଥିଲେ । ସମସ୍ତଙ୍କ ସହଯୋଗରେ ପ୍ରତ୍ୟେକ ପ୍ରତିଯୋଗିତା ଗୁଡ଼ିକ ସାଫଲ୍ୟ ମଣ୍ଡିତ ହୋଇଥିଲା ।

Leave A Reply

Your email address will not be published.