jayashree

ତେନ୍ତୁଳିଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀଙ୍କ ଯୁବାମାଲ ଓ ଦାଢ଼ିଆପଦରକୁ ରାଜସ୍ୱ ଗ୍ରାମ ରଦ୍ଧ ତଥା ପଟ୍ଟା ନଦେବା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଯୁବାମାଲ ଓ ଦାଢ଼ିଆପଦରର ରାଜସ୍ୱ ଗ୍ରାମ ଆବେଦନ ରଦ୍ଧ ଏବଂ ସେମାନଙ୍କୁ ପଟ୍ଟା ନଦେବା ପାଇଁ ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ତେନ୍ତୁଳୀଖୁଣ୍ଟି ବନାଞ୍ଚଳ ଗୁଡିକରେ ଘେରି ରହିଥିବା ସମସ୍ତ ଜଙ୍ଗଲ ତଥା ତେନ୍ତୁଳୀଖୁଣ୍ଟି ବିଟ ଅନ୍ତର୍ଗତ ଜଙ୍ଗଲ ସୁରକ୍ଷା ନିମନ୍ତେ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ବନାଞ୍ଚଳ ଅଧିକାରୀ ତଥା ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଏହି ବିଷୟରେ ଲିଖିତ ଆକାରରେ ପୂର୍ବରୁ ଦେଇଥିବା ଜଣାଇଛନ୍ତି । ଦାଢ଼ିଆପଦର ଓ କର୍ଲାପିଟା ଗ୍ରାମର କିଛି ଲୋକ ଆସି ସଂରକ୍ଷିତ ଜଙ୍ଗଲରେ ବସତି ସ୍ଥାପନ କରୁଛନ୍ତି । ଅନ୍ୟ କିଛି ସ୍ଥାନରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଆସି ସଂରକ୍ଷିତ ଜଙ୍ଗଲରେ ରହୁଛନ୍ତି । ସେମାନେ ନିଜକୁ ଯୁବାମାଲ ବସତି କହୁଥିବା ବେଳେ ଏହି ନାଁରେ କିନ୍ତୁ ଯମୁନା ନିକଟସ୍ଥ ଯୁବାମାଲ ବୋଲି ଏକ ରାଜସ୍ୱ ଗ୍ରାମ ପୂର୍ବରୁ ରହିଛି । ଏହି ଲୋକମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ତଦାରଖ କରାଯିବା, ରାଜସ୍ୱ ଗ୍ରାମ କରିବାର ଯେଉଁ ଆବେଦନକୁ ରଦ୍ଧ କରାଯିବା, ରିଜର୍ଭ ଫରେଷ୍ଟ ଅନ୍ତର୍ଗତ (ତିଖାରୀ ଜଙ୍ଗଲ )କୌଣସି ପଟ୍ଟା ଦିଆନଯିବା ଏବଂ ରାଜସ୍ୱ ଗ୍ରାମ ଆବେଦନ କରିଥିବା ଦରଖାସ୍ତକୁ ତୁରନ୍ତ ରଦ୍ଧ କରାଯାଉ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଦାବିପତ୍ର ଗ୍ରହଣ କରି ମୁରିବାହାଲ ତହସିଲଦାର ଜଗଦିଶ କର୍ତ୍ତାମୀ ଏ ନେଇ ରେଞ୍ଜର ଓ ଆରଆଇଙ୍କୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଗ୍ରାମବାସୀ ଓ ଜଙ୍ଗଲ ସୁରେକ୍ଷା କମିଟି ସଭାପତି କିର୍ତ୍ତନମଣି ଜାନି, ସମ୍ପାଦକ ପୁରନ୍ଦର ମହାକୁର, ମଧୁସୂଦନ ଜାନି, ଗୌରାଙ୍ଗ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଶକୁନ୍ତଳା ଜାନୀ, ଦେବକୀ ମାଝୀ, ଗିରିଧାରୀ ବାଗ, ବବିତା ପୁଟେଲ, କୁମାରୀ ପୁଟେଲ, ଅନୁସୟା ପୁଟେଲ, ସୁମତି ପୁଟେଲ, ପାଶୋରି ପୁଟେଲ, ଲୁଚନେ ପୁଟେଲ, ସୁଭଦ୍ରା ନାଏକ, ଶୀତଳ ତାଣ୍ଡି, ଯମୁନା ବାଗ, ରଞ୍ଜିତ ବାଗ, ପଦ୍ମନୀ ପୁଟେଲ, ସୁକାନ୍ତି ପୁଟେଲ, ଉଷାବତୀ ଦାସ, ଦୂଷିଲା ପୁଟେଲ, ଜାନକୀ ଜାନୀ, ଫୁଲମତି ପୁଟେଲ, ବୈକୁଣ୍ଠ ନାଗ, ପୂର୍ଣ୍ଣ ବନଛୋର, ଲକ୍ଷ୍ମଣ ପୁଟେଲ, ଥବିର ପୁଟେଲ, ନିରଞ୍ଜନ ପୁଟେଲ, କ୍ଷୀରସିନ୍ଧୁ ପୁଟେଲ, ସୁମନ୍ତ ନାଏକ, ବସନ୍ତ ଯାନୀ, ମେଘନାଥ ପୁଟେଲ, ଲବ ବାଗ, ହଳଧର ଗହିର, କାଲୁ ପୁଟେଲ, ଯୁଧିଷ୍ଠିର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.