ଆଗଲପୁର ଅଞ୍ଚଳରେ ବହୁ ମାତ୍ରାରେ ଘୁଡୁଘୁଡିପଟି ଜୁଆଖେଳ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ଘୁଡୁଘୁଡିପଟି ଜୁଆଖେଳ ଅବାଧରେ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଗଲପୁର ଅଞ୍ଚଳରେ କୌଣସି ଯାନିଯାତ୍ରା ହେଉକି କୌଣସି ଖେଳକୁଦ ହେଉ ସବୁଠି ଘୁଡୁଘୁଡିପଟି ଜୁଆଖେଳ ଲୋକ ଗହଳି ଭିତରେ ଚାଲୁଛି । ରାଜ୍ୟ ସରକାର ପର୍ବପର୍ବାଣୀ କିମ୍ବା ଯାନିଯାତ୍ରା ହେଉଥିବା ସ୍ଥାନମାନଙ୍କରେ ଘୁଡୁଘୁଡିପଟି କିମ୍ବା ଅନ୍ୟ କୌଣସି ପ୍ରକାର ଜୁଆଖେଳ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସରକାରଙ୍କ ନିର୍ଦ୍ଦେଶ ସତ୍ୱେ କିପରି ଏହି ନିର୍ଦ୍ଦେଶକୁ ଉଲଘ୍ନ କରି ଅବାଧରେ ଜୁଆଖେଳ ଚାଲୁଛି । ଜନସାଧାରଣରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ଜାତ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଜୁଆଖେଳ ଖବର ପୋଲିସର ନଜରକୁ ଆସୁନାହିଁ କି ପୋଲିସ ଜାଣି ଶୁଦ୍ଧା ନିରବଦ୍ରଷ୍ଟା ସାଜୁଛି । ଏଣୁ ସରକାରୀ ନିୟମ ଉଲଘ୍ନ କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ଘଟଣାକୁ ବଲାଙ୍ଗିର ଏସପି ଗୁରୁତର ସହ ନ ନେଲେ ଆଗାମି ଦିନରେ ଆଗଲପୁର ଅଞ୍ଚଳ ଜୁଆଖେଳର ହଵ ପାଲଟିଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.