ଜୁଆ ଖେଳ ଉପରେ ଚଢ଼ଉ : ପାଞ୍ଚ ବାଇକ୍ ସହ ପାଞ୍ଚ ଜୁଆଡି ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ଓ ଚୋରା କାରବାର, ଡକାୟତି ଘଟଣା, ବେଆଇନ ଜୁଆ, ସଟ୍ଟା ବଢ଼ିବାରେ ଲାଗୁଥିବା ବେଳେ ବେଆଇନ କାରବାର ଅଞ୍ଚଳରେ ଏକ ଭୂସ୍ୱର୍ଗ ପାଲଟିଛି । ନୂତନ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଯୋଗଦେବା ଦିନଠାରୁ କିଛି ସୁଧାର ଆସିଲାଣି । ସୂଚନାଯୋଗ୍ୟ ଯେ, କିଛି ଦୃର୍ବୃତ୍ତ ଶାନ୍ତିପୁର ଗାଁର ମହୁଲ ଗଛ ମୂଳରେ ଜୁଆ ଖେଳରେ ମସଗୁଲ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରିଥିଲା ଏବଂ ପାଞ୍ଚ ଜଣ ଜୁଆଡିକୁ ଗିରଫ କରି ପାଞ୍ଚଟି ବାଇ ଓ ତିନି ହଜାର ଦୁଇ ଶହ ଦଶ ଟଙ୍କା, ତିନି ପକେଟ୍ ତାସ, ଗୋଟିଏଏଚ୍‌ଏଫ୍ ଡିଲକ୍ସ ଓଡିଓ ୩ ଇ୭୪୬୦, ସିଡି ଡିଲକ୍ସ, ଫେସନ ପ୍ରୋ ଓଡିଓ ୧୭ଇ୧୫୨୪, ଏଚଏଫ ଡିଲକ୍ସ ଓଡିଓ ୩ କେ ୭୩୪୧ ନମ୍‌ମ୍ବର ଥିବା ବାଇକ୍ ଜବତ କରିବା ସହ ଗୋଟିଏ ଜିଓ କିପେଡ୍, ସାମସଙ୍ଗ ମୋବାଇଲ ମଧ୍ୟ ଜବତ କରିଥିବା ଜଣାପଡିଛି । ଗିରଫ ଜୁଆଡି ମାନେ ହେଲେ ସତ୍ୟପ୍ରିୟ ପଟେଲ (୩୯), ସମ୍ପଦ ପ୍ରଧାନ(୧୯), ରଣବୀର ପନିକା(୧୯), ପୁରୁଷୋତ୍ତମ ପ୍ରଧାନ(୨୮) ଓ ସତ୍ୟ ବାରିକ (୩୩) । ସେମାନଙ୍କୁ କେଶ ନମ୍ବର ୮୦/ ୟୁ/ଏସ୍‌ ୩ ଓ ପିଜି, ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ଥାନା ଅଧିକାରୀ ସାହୁଙ୍କ ସହ ଏଏସଆଇ ସାୱନ କେରକେଟା ଓ ଶମ୍ଭୁ ପ୍ରସାଦ ଠାକୁରଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.