ବିକମ୍ ସିକ୍ସ୍ ସେମିଷ୍ଟାରେ ଜେଏସ୍‌ଏମ୍‌ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ବଲାଙ୍ଗିର ଜିଲ୍ଲା ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜେଏସ୍‌ଏମ୍‌ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସ୍ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗିର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ଏଥିପାଇଁ ଛାତ୍ରୀ ମୋନା ଅଗ୍ରୱାଲ୍ କଲେଜର ସମସ୍ତ ଶିକ୍ଷକ ଓ ପିତା ମାତାଙ୍କୁ ଶ୍ରେୟ ଦେ‍ଇଛନ୍ତି । ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟ ହେବ ଏବଂ ଉଚ୍ଚାଭିଲାଷୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଜେଏସ୍‌ଏମ୍‌ ବାଣିଜ୍ୟ କଲେଜ ମାର୍ଗଦର୍ଶୀ ସାଜିବ ।

Leave A Reply

Your email address will not be published.