ଜେଏସ୍‌ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ କଲେଜରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ କଲେଜ ପରିସରରେ ୭୬ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟର ନିର୍ଦ୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ପିତବାସ ପଣ୍ଡା, ମନୋରଞ୍ଜନ୍ ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ବରିଷ୍ଟ ଓକିଲ ପ୍ରମୋଦ କୁମାର ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଗଣତନ୍ତ୍ର ବା ସମ୍ୱିଧାନ ଆଜି ଆମକୁ କିପରି ମିଳିଛି ଓ ଛାତ୍ରଛାତ୍ରୀମାନେ ଏହାର ଗୁରୁତ୍ୱକୁ ବୁଝିବା ନିମନ୍ତେ କଲେଜର ମୁଖ୍ୟ ଅତିଥି ବରିଷ୍ଟ ଓକିଲ ପ୍ରମୋଦ କୁମାର ମିଶ୍ର ପରାର୍ମଶ ପ୍ରଦାନ କରିଥିଲେ । ଛାତ୍ର ସମୟରେ ଗଣତନ୍ତ୍ରର ଗୁରୁତ୍ୱକୁ ବୁଝି ନିଜର ଭବିଷ୍ୟତ ଗଠନ କରି ଦେଶକୁ ଆଗେଇ ନେବା ଆମର କର୍ତ୍ତବ୍ୟ ବୋଲି କଲେଜର ନିର୍ଦ୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସ୍ୱାଧିନତା ଦିବସ ଅବସରରେ କଲେଜ୍ ପକ୍ଷରୁ ସଫେଇ କର୍ମଚାରୀ, ନର୍ସ୍ ଏବଂ ଟ୍ରାଫିକ୍ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ କଲେଜ ପରିସରରେ ବିଜ୍ଞାନ ମେଳା ଆୟୋଜନ କରାଯାଇ ଥିଲା ଓ କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ଇଣ୍ଟର୍‌ ସ୍କୁଲ୍ ପ୍ରତିଯୋଗିତା କରାଯାଇଥିଲା ଓ ଜେଏସ୍‌ଏମ୍ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ମହାବିଦ୍ୟାଳୟ ପାଇଁ ଆଉ ଗାଟିଏ ଗୌରବ ବିଷୟ ଯେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପେରେଡରେ ବେଷ୍ଟ ସିଭିଲିଏନ୍ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛି ଜେଏସ୍‌ଏମ୍ କଲେଜ । କଲେଜ୍ ପରିସରରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.