jayashree

ବଲାଙ୍ଗିର ଟାଉନ ବାଳକ ହାଇସ୍କୁଲରେ ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ୨୦୨୪ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଟାଉନ୍ ବାଳକ ହାଇସ୍କୁଲରେ ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଉତ୍ସାହ ମଧ୍ୟରେ ବାର୍ଷିକ କ୍ରୀଡ଼ା ୨୦୨୪ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, ସମ୍ପାଦିକ ଶ୍ରୀମତୀ ସୁମନ ଶର୍ମା ଏବଂ ପ୍ରଧାନ ଶୀକ୍ଷୟତ୍ରୀ ଶ୍ରୀମତୀ ମନସ୍ମିତା ମିଶ୍ରଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଗୋପାଳଜୀ ପାଣିଗ୍ରାହୀ ଏହି ଅବସରରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ପ୍ରେରଣାଦାୟକ ବାର୍ତ୍ତା କହି ଅନୁପ୍ରାଣିତ କରିଥିଲେ । “କ୍ରୀଡା ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ସରକାର କ୍ରୀଡା ପ୍ରେମୀମାନଙ୍କ ପାଇଁ ପ୍ରଚୁର ସୁଯୋଗ ପ୍ରଦାନ କରୁଛନ୍ତି । କ୍ରୀଡା ଏବଂ ସନ୍ତରଣ ଖେଳ ପ୍ରତିଯୋଗିତା ଭଳି କାର୍ଯ୍ୟକଳାପ ସାମଗ୍ରିକ ବିକାଶ ପାଇଁ ଉତ୍କୃଷ୍ଟ, ବିଶେଷକରି ଯୁବତୀମାନଙ୍କ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ପିଇଟି ଶିକ୍ଷକ ନିରୋଜ ମିଶ୍ରଙ୍କ ସହିତ ଆନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ମିଳିତ ପ୍ରୟାସ ଓ ନେତୃତ୍ୱରେ ପ୍ରତିଯୋଗିତାଗୁଡ଼ିକ ସୃଙ୍ଖଳର ଭାବରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରାମର୍ଶଦାତା ମନୋରଞ୍ଜନ ସାହୁ ଏବଂ ପରିଚାଳନା ସମିତିର ସଭାପତି ପୀତବାସ ପଣ୍ଡାଙ୍କ ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା ଏବଂ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ ସହିତ ଚଳିତ ବର୍ଷର । ପ୍ରତିଯୋଗିତାରେ ଆଶିଷ ପାତ୍ର (+୩) ବାଳକ ଚାମ୍ପିଅନ୍ ଓ ନିହାରିକା (+୩)ଙ୍କୁ ବାଳିକା ଚାମ୍ପିଅନ୍ ଭାବରେ ପୁରଷ୍କୃତ କରିଥିଲେ । ଶେଷର ଆନନ୍ଦର ସହିତ ବାର୍ଷିକ ଆଥଲେଟିକ୍ସ ମିଟ୍ ୨୦୨୪ ଶେଷ ହୋଇଥିଲା ।

Leave A Reply

Your email address will not be published.