ମହିମୁଣ୍ଡା ଜୁନିୟର କଲେଜରେ ଭାରତ ସରକାରଙ୍କ ପ୍ରମୁଖ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯୁବ ଭାରତ ଦ୍ୱାରା ଏକ ଦିନିକିଆ କର୍ମଶାଳା ଆୟୋଜନ ମହିମୁଣ୍ଡା ଜୁନିୟର କଲେଜରେ କରାଯାଇଥିଲା । ଯେଉଁ ଥିରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ବିଶେଷ କରି ସ୍କିଲ୍‌ ଇଣ୍ଡିଆ ମିଶନ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୦ରୁ ଅଧିକ ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସ୍ୱାଗତ ଉଦ୍‌ବୋଧନ ଦେଇଥିଲେ କଲେଜର କାର୍ଯ୍ୟବାହୀ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପ୍ରଧାନ । ଯୁବ ଭାରତ ବଲାଙ୍ଗିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀ କାର୍ତ୍ତିକେଶ୍ୱର ନାଏକ ବିଶ୍ୱକର୍ମା ଯୋଜନାର ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ସ୍କିଲ୍‌ ଇଣ୍ଡିଆ ମିଶନ ବିଷୟରେ ଛାତ୍ରଛାତ୍ରୀଙ୍କୁ ବିଷଦ ଭାବରେ ବୁଝାଇଥିଲେ ଉପସ୍ଥିତ ସାଧନା କର୍ମୀ ଅଶୋକ କୁମାର ମେହେର । ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଅବସରପ୍ରାପ୍ତ ଲେଖପାଳ ଇନ୍ଦ୍ରଜିତ ପଟେଲ ପିଲାଙ୍କୁ କୁଶଳୀ ହେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ନିୟମିତ ଭାବେ ସଂଚାଳନ କରିଥିଲେ ଓଡିଆ ଅଧ୍ୟାପକ ଜଗନ୍ନାଥ ସାହୁ । ଶେଷରେ ଖୋଲା ଆଲୋଚନା ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ଓ ମତ ରଖିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲେଖପାଳ ବିପିନ ଜେନା ।

jittmm
Leave A Reply

Your email address will not be published.