centurian jitm

ପିଏମ ଗତିଶକ୍ତି ଅଧୀନରେ ନେଟୱର୍କ ଯୋଜନା ଗୋଷ୍ଠୀର ୯୦ତମ ବୈଠକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ

● ସଡ଼କ, ରେଳ ଏବଂ ମେଟ୍ରୋ ପ୍ରକଳ୍ପର ମୂଲ୍ୟାଙ୍କନ କଲା ଏନ୍‌ପିଜି
● ଯାଜପୁର-କେନ୍ଦୁଝରରୁ ଧାମରା ବନ୍ଦର ମଧ୍ୟରେ ନୂଆ ବ୍ରଡ୍ ଗେଜ୍ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : ସଡ଼କ, ରେଳ ଏବଂ ମେଟ୍ରୋ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ପାଇଁ ନେଟୱର୍କ ଯୋଜନା ଗୋଷ୍ଠୀ (ଏନପିଜି)ର ୯୦ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପିଏମ୍‌ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ (ପିଏମ୍‌ଜିଏସ୍‌ ଏନ୍‌ଏମ୍‌ପି) ଅନୁରୂପ ବହୁମୁଖୀ ସଂଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏନ୍‌ପିଜି ପାଞ୍ଚଟି ପ୍ରକଳ୍ପ (ଦୁଇଟି ସଡ଼କ, ଦୁଇଟି ରେଳ ଏବଂ ଗୋଟିଏ ମେଟ୍ରୋ)କୁ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି, ଆର୍ଥିକ ଓ ସାମାଜିକ କେନ୍ଦ୍ରଗୁଡ଼ିକ ସହିତ ଶେଷ-ମାଇଲ ସଂଯୋଗ ଏବଂ ଆନ୍ତଃମୋଡାଲ ସମନ୍ୱୟର ପିଏମ୍‌ ଗତିଶକ୍ତି ନୀତି ସହିତ ଅନୁରୂପତା ପାଇଁ ମୂଲ୍ୟାଙ୍କନ କରିଥିଲା । ଏହି ପଦକ୍ଷେପଗୁଡ଼ିକ ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ବିଭିନ୍ନ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଆର୍ଥିକ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହି ବୈଠକରେ ଯାଜପୁର-କେନ୍ଦୁଝରରୁ ଧାମରା ବନ୍ଦର ମଧ୍ୟରେ ନୂଆ ବିଜି ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ରେଳ ମନ୍ତ୍ରଣାଳୟ, ପୂର୍ବତଟ ରେଳବାଇ ମାଧ୍ୟମରେ, ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡରୁ ଆରଡି ଦେଇ ଧାମରା ବନ୍ଦର ପର୍ଯ୍ୟନ୍ତ ଏକ ୧୦୧.୨୬ କିଲୋମିଟର ଦୀର୍ଘ ବ୍ରଡଗେଜ (ବିଜି) ରେଳ ଲାଇନ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି । ଏହି ଗ୍ରୀନଫିଲ୍ଡ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ମାଲ ପରିବହନ ଏବଂ ଯାତ୍ରୀ ସଂଯୋଗ ବୃଦ୍ଧି କରିବା । ଏହି ରେଳ ଲାଇନ ଶିଳ୍ପ କ୍ଲଷ୍ଟର, କୋଇଲା କ୍ଷେତ୍ର ଏବଂ ଧାମାରା ବନ୍ଦର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରିବ ।
ପିଏମ୍‌ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ ସହିତ ଯୋଡ଼ି ହୋଇଥିବା ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ଲଜିଷ୍ଟିକ୍ସରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ତଥା ଜାତୀୟ ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବ । ଏହି ବୈଠକରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଯୁଗ୍ମ ସଚିବ ପଙ୍କଜ କୁମାର ଅଧ୍ୟକ୍ଷତା କରିଥିଲେ ।

Leave A Reply

Your email address will not be published.