ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାରର ଭାଗଲପୁର ଠାରେ ପିଏମ କିଷାନ୍ ସମ୍ମାନନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ୍ ସମ୍ମାନ ସମାରୋହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ୍ ମାରି ଅର୍ଥ ପ୍ରେରଣ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଆଜି ଗଞ୍ଜାମ ଜିଳ୍ଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟଳୟ ପରିସରରେ ଥିବା ଋଷିକୂଲ୍ୟା ସମ୍ବିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧିକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିବା ସହ ୧୯ ତମ କିସ୍ତି ନିଜ ଖାତାକୁ ଆସିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଉଦ୍ୟାନ ବିଭାଗର ଉପନିର୍ଦେଶକ କନ୍ଧ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁଜିତ୍ କୁମାର ନାଥ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା) ମଞ୍ଚାସୀନ ଥିଲେ । ଋଷିକୂଲ୍ୟା ସମ୍ବିଳନୀ କକ୍ଷର ମଞ୍ଚ ସାମ୍ନାରେ ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ ବିଟିମ୍ ଓ ଏଟିମ୍ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଉପପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମାର ବସୁଦେବ ଶତପଥୀ ପରିଚାଳନା କରିଥିଲେ ।