ଜାତୀୟ ସେବା ଯୋଜନା ଉଦଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡ. ଶୋଭେନ୍ଦ୍ର କୁମାର ମେହେର ଦୀପ ପ୍ରଜ୍ୱଳନ କରି ସଭାକୁ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପକ ଆଲୋକ କୁମାର ରଥ ଏବଂ ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମାନ ନଟବର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦ୍ୟେଶରେ ନିଜର ମତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡିଲେଶ୍ୱର ନିଆଲ ଏବଂ ଯୁବ ରେଡ୍-କ୍ରସର ପରାମର୍ଶଦାତା ଭାସ୍କର ଚନ୍ଦ୍ର ମେହେର ଛାତ୍ରଛାତ୍ରୀମାନଙ୍କୁ ସେବା ଯୋଜନା ସଂପର୍କରେ ନିଜ ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ପୋଷ୍ୟ ଗ୍ରାମ ଲୁକାପଡା ତଥା ବଙ୍ଗୋମୁଣ୍ଡା ସହରର ବିଭିନ୍ନ ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଭିନୀତ କରିଥିଲେ ଏବଂ କୁଇଜ୍, ସଂଗୀତ, ନୃତ୍ୟ, ବକୃତା ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦୀର୍ଘ ସାତଦିନ ଧରି ଅନୁଷ୍ଠିତ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି ।

Leave A Reply

Your email address will not be published.