oom

ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

jsmm
  • ଟାର୍ଗେଟ୍ ହୋଇଥିବା ୯୨% ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି
  • ପ୍ରାୟ ୨.୨ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୭ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୦୦ଟି ଜିଲ୍ଲାର ୪୬,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ । ସଦ୍ୟତମ ଡ୍ରୋନ୍ ଟେକ୍ନୋଲୋଜି ସର୍ଭେ ମାଧ୍ୟମରେ ଗାଁର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ ‘ରେକର୍ଡ ଅଫ୍ ରାଇଟ୍ସ’ ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ଵ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ସମ୍ପତ୍ତିର ମନେଟାଇଜେସନ ଏବଂ ବ୍ୟାଙ୍କ ଋଣ ମାଧ୍ୟମରେ ସଂସ୍ଥାଗତ ଋଣକୁ ସକ୍ଷମ କରିବାରେ ସାହାଯ୍ୟ କରିବା ସହିତ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ହ୍ରାସ, ଗ୍ରାମାଞ୍ଚଳରେ ସମ୍ପତ୍ତି ଏବଂ ସମ୍ପତ୍ତି ଟିକସର ଉନ୍ନତ ଆକଳନ କରିବା ଏବଂ ବ୍ୟାପକ ଗ୍ରାମସ୍ତରୀୟ ଯୋଜନାକୁ ସକ୍ଷମ କରିଥାଏ । ୩.୧ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯେଉଁଥିରେ ୯୨% ଟାର୍ଗେଟ ହୋଇଥିବା ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ଦେଢ଼ ଲକ୍ଷ ଗାଁ ପାଇଁ ପ୍ରାୟ ୨.୨ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି । ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଏବଂ ଅନେକ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି ।

jittmm
Leave A Reply

Your email address will not be published.