ବଲାଙ୍ଗିର, (କେପିଏନ୍ଏସ୍) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି ରାଉରକେଲାର ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିଅମ ଠାରେ ଡିସେମ୍ବର ମାସ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ସଫଳ ପ୍ରାର୍ଥୀ ମାନେ ଏହି ଶାରୀରିକ ଫିଟନେସ୍ ପରୀକ୍ଷା ନିଯୁକ୍ତି ରାଲି ପାଇଁ ସେମାନଙ୍କ ଆଡମିଟ୍ କାର୍ଡ www.joinindianarmy.nic.in ୱେବ ସାଇଟ୍ରୁ ଡାଉନଲୋଡ୍ କରିପାରିବେ । ଏହା ସହ ସେମାନଙ୍କ ଇ ମେଲକୁ ମଧ୍ୟ ଆଡମିଟ୍ କାର୍ଡ ପଠା ଯାଇଛି । କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ସମ୍ବଲପୁର ସ୍ଥିତ ଆର୍ମି ରିକ୍ରୁଟିଂ ଅଫିସରେ ମଧ୍ୟ ଯୋଗାଯୋଗ କରିପାରିବେ । ଏଠି ନିମନ୍ତେ ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ ।
Prev Post