oom

କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

jsmm
  • ଅଣଧାନ ଚାଷରେ ଏଫ୍. ପି. ଓ.ଙ୍କୁ ଅଗ୍ରାଧିକାର ଦେବାପାଇଁ ଗୁରୁତ୍ଵ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଉଭୟ ଅର୍ଥନୈତିକ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ କୃଷି କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୨୦୨୪-୨୫ ସୁଦ୍ଧା ଭାରତରେ କୃଷି ଉତ୍ପାଦର ରପ୍ତାନୀ ବୃଦ୍ଧି ଓ ଚାଷୀଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୧୦,୦୦୦ ଏଫ୍‌. ପି. ଓ ଗଠନ କରାଯାଉଛି । କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ସହାୟତାରେ ମହାଶକ୍ତି ଫାଉଣ୍ଡେସନ୍‌ ଦ୍ଵାରା କଳାହାଣ୍ଡି ଜିଲ୍ଲାରେ ଗଠିତ ୧୧ ଗୋଟି ଏଫ୍‌. ପି. ଓ.ର ସମୀକ୍ଷା ବୈଠକ କଳାହାଣ୍ଡି ଜିଲ୍ଲାପାଳଙ୍କ ପ୍ରକୋଷ୍ଠ, ଭବାନୀପାଟଣା ଠାରେ ଜିଲ୍ଲାପାଳ ପି. ଅନ୍ଵେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଗଠନ ହୋଇଥିବା ବିଭିନ୍ନ ଏଫ୍. ପି.ଙ୍କ ଅଗ୍ରଗତି, ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକୁ ଏଫ୍. ପି. ଓ. ମାଧ୍ୟମରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଇବା, ସମସ୍ତ ବ୍ଲକରେ କୃଷକ ମାନଙ୍କ ଉତ୍ପାଦକୁ ବଜାର ବ୍ୟବସ୍ଥା କରାଇବା ପାଇଁ ଆବଶ୍ୟକ ଶୀତଳ ଭଣ୍ଡାର ତଥା ସ୍ଵତନ୍ତ୍ର କୃଷକ ବଜାର ଆରମ୍ଭ କରିବା ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ନାବାର୍ଡ ଡି. ଡି. ଏମ୍‌. ମହେଶ୍ୱର ଦାସ, ଜିଲ୍ଲା ଉଦ୍ୟାନ ବିଭାଗ ମୁଖ୍ୟ କିଶୋର କୁମାର ମହାଲିଙ୍ଗ, ଜିଲ୍ଲା କୃଷି ଅଧିକାରୀ କୋମଳଲୋଚନ ନାୟକ, ଡି. ଆର୍‌. ସି. ସି. ପ୍ରମୋଦ କୁମାର ସାହୁ, ଓରମାସ୍ ସି. ଇ. ଓ. ଜର୍ଜ କେରକେଟା, ଲିଡ଼ ବ୍ୟାଙ୍କ ମ୍ୟାନେଜେର ଧନୁର୍ଜ ସୁନାନି, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଅଭିନବ ସାହୁ, କୃଷି ବିଜ୍ଞାନ କେନ୍ଦ୍ରରୁ ବୈଜ୍ଞାନିକ ତ୍ରିଭୁବନ ବଡ଼ଜେନା, ମତ୍ସ୍ୟ ବିଭାଗରୁ ଜିଲ୍ଲା ମୁଖ୍ୟ ପଶୁଧନ ଅଧିକାରୀ ଡ. ଆର. କେ. ରଥ, ପ୍ରଶାନ୍ତି ନାଏକ ଓ ଦ୍ରୌପଦି ମାଝି, ଜିଲ୍ଲା ଶିଳ୍ପ ଅଧିକାରୀ କେଦାର ନାଥ ଖମାରୀ ଯୋଗଦେଇ ଏଫ. ପି. ଓ ଜରିଆରେ ଚାଷୀ ମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପଦକ୍ଷେପ ତଥା ଚାଷୀ ମାନଙ୍କ ଉତ୍ପାଦନ ବୃଦ୍ଧି ଓ ନୂତନ ଜ୍ଞାନ କୌଶଳ ଉପରେ ଧ୍ୟାନ ଦିଆଯିବା ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକାରୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ ଜିଲ୍ଲା ପ୍ରକଳ୍ପ ପରିଚାଳକ ଦେବେନ୍ଦ୍ର ମିଶ୍ର ୧୧ଗୋଟି ଏଫ. ପି. ଓ.ର ଅଗ୍ରଗତି ସମ୍ବନ୍ଧରେ ସବିଶେଷ ତଥ୍ୟ ରଖିଥିବା ସହ ଏଫ. ପି. ଓ. ମାନଙ୍କୁ ଜିଲ୍ଲାର ବିଭିନ୍ନ ବିଭାଗ ସହାୟତାରେ ମିଳିଥିବା ସରକାରୀ ଯୋଜନା ବିଷୟକୁ ଉପସ୍ଥାପନା କରିଥିଲେ । ବିଭିନ୍ନ ଏଫ. ପି. ଓ.ରୁ ଆସିଥିବା ପରିଚାଳନା ନିର୍ଦ୍ଦେଶକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଫ. ପି. ଓ.ରେ ଆବଶ୍ୟକ ସହାୟତା ତଥା ସମସ୍ୟା ଉପସ୍ଥାପନା କରିଥିଲେ ଯାହାକି ଉକ୍ତ ବିଷୟକୁ ଜିଲ୍ଲା ପର୍ଯ୍ୟବେକ୍ଷଣ କମିଟି ଦ୍ଵାରା କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ନାବାର୍ଡ ଡି. ଡି. ଏମ୍‌. ମହେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.