କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା’ (ଏନ୍‌.ଏଫ୍‌.ଏଲ୍‌. ଇ.ଏସ୍‌.)କୁ କ୍ୟାବିନେଟ ମଞ୍ଜୁରି

  • କ୍ୟାମ୍ପସ, ପରୀକ୍ଷାଗାର ଏବଂ ଭିତ୍ତିଭୂମି ବିକାଶ ପାଇଁ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ମୋଟ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ଜାତୀୟ ଫରେନ୍ସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା (ଏନ୍‌. ଏଫ. ଏଲ୍‌. ଇ. ଏସ୍) ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଆର୍ଥିକ ବ୍ୟୟବରାଦ ଗୃହ ମନ୍ତ୍ରଣାଳୟ ନିଜସ୍ୱ ବଜେଟ୍‌ରୁ ପ୍ରଦାନ କରିବ ।
ଏହି ଯୋଜନା ଅଧୀନରେ ନିମ୍ନଲିଖିତ ଉପାଦାନଗୁଡ଼ିକୁ କ୍ୟାବିନେଟ୍ ଅନୁମୋଦନ କରିଛି:
୧. ଦେଶରେ ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ)ର କ୍ୟାମ୍ପସ ପ୍ରତିଷ୍ଠା ।
୨. ଦେଶରେ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର ପ୍ରତିଷ୍ଠା ।
୩. ଏନ୍‌ଏଫ୍‌ଏସ୍‌ୟୁର ଦିଲ୍ଲୀ କ୍ୟାମ୍ପସର ବର୍ତ୍ତମାନା ଭିତ୍ତିଭୂମିରେ ଉନ୍ନତି ।ଭାରତ ସରକାର ପ୍ରମାଣର ବୈଜ୍ଞାନିକ ଏବଂ ଠିକ୍ ସମୟରେ ଫରେନସିକ୍ ଯାଞ୍ଚ ଆଧାରରେ ଏକ ପ୍ରଭାବଶାଳୀ ଏବଂ ଦକ୍ଷ ଅପରାଧିକ ନ୍ୟାୟ ବ୍ୟବସ୍ଥା ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ । ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଏବଂ ଅପରାଧର ବିକଶିତ ସ୍ୱରୂପ ଓ ପଦ୍ଧତିକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ଏକ ଦକ୍ଷ ଅପରାଧିକ ନ୍ୟାୟ ପ୍ରକ୍ରିୟା ପାଇଁ ପ୍ରମାଣର ଠିକ୍ ସମୟରେ ଓ ବୈଜ୍ଞାନିକ ପଦ୍ଧତିରେ ତଥା ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ତାଲିମପ୍ରାପ୍ତ ଫରେନସିକ୍ ପେସାଦାରଙ୍କ ଜରିଆରେ ପରୀକ୍ଷା ଓ ଯାଞ୍ଚ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ୭ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ଭୋଗୁଥିବା ଅପରାଧ ପାଇଁ ଫରେନସିକ୍ ତଦନ୍ତ ବାଧ୍ୟତାମୂଳକ ହୋଇଥିବା ନୂଆ ଅପରାଧ ଆଇନ ପ୍ରଣୟନ ହେବା ପରେ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାରଗୁଡ଼ିକର କାର୍ଯ୍ୟଭାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଦେଶରେ ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ରେ ପ୍ରଶିକ୍ଷିତ ଫରେନ୍ସିକ୍ ମାନବ ସମ୍ବଳର ଯଥେଷ୍ଟ ଅଭାବ ରହିଛି । ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜାତୀୟ ଫରେନସିକ୍ ଭିତ୍ତିଭୂମିରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଏବଂ ବୃଦ୍ଧି ଜରୁରୀ । ଜାତୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ) ଏବଂ ନୂତନ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ପରୀକ୍ଷାଗାର(ସି. ଏଫ୍‌. ଏସ୍‌. ଏଲ୍‌)ର ଅତିରିକ୍ତ ଅଫ୍ କ୍ୟାମ୍ପସ ପ୍ରତିଷ୍ଠା ଦ୍ୱାରା ପ୍ରଶିକ୍ଷିତ ଫରେନସିକ୍ ମାନବ ସମ୍ବଳର ଅଭାବ ଦୂର ହେବ । ଫରେନ୍‌ସିକ ପରୀକ୍ଷାଗାରଗୁଡ଼ିକର ମାମଲା ବୋଝ / ବିଳମ୍ବ ସମସ୍ୟା ହ୍ରାସ ପାଇବ ଏବଂ ୯୦% ରୁ ଅଧିକ ଉଚ୍ଚ ଦୋଷୀ ସାବ୍ୟସ୍ତ ହାର ହାସଲ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ସହିତ ସମନ୍ୱିତ ଢଙ୍ଗରେ ପୂରଣ ହେବ ।

Leave A Reply

Your email address will not be published.