oom

୫-ଟି ଉପକ୍ରମରେ ‘ଆମ ହସ୍ପିଟାଲ’ ଯୋଜନାରେ ଛତ୍ରପୁରର ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନାରେ ୧୫ଟି ଜିଲ୍ଲାରେ ୭୩ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି । ୫-ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଆଇ.ଭି.ଆର୍‌.ଏସ୍‌. ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏବଂ ୫-ଟି, ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଭାଷି ମାଧ୍ୟମରେ ଲୋକାର୍ପିତ ହୋଇଛି । ଯାହାକି ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍ । ଆଠକୋଟି ଟଙ୍କା ବ୍ୟୟରେ ରୁପାନ୍ତରୀଣ ହୋଇଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍‌ର ଲୋକାର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସେବାର୍ଥେ ଉତ୍ସର୍ଗୀକୃତ କରାଯାଇଛି । ଏଥି ପାଇଁ ଛତ୍ରପୁରସହର ବାସୀ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ହସ୍ପିଟାଲ୍ ସୁପରିନଟେଡେଣ୍ଟ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ହସ୍ପିଟାଲ୍ କର୍ମୀ, ଡାକ୍ତର, ଡାକ୍ତରୀ ସେବାୟତ, ନର୍ସ, ଆଶା ଦିଦି, ମିଶନଶକ୍ତିଙ୍କ ସମେତ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ ଏବଂ ଛତ୍ରପୁରର ସହରର ଗଣ୍ୟମାନ୍ୟ ବ୍ୟକ୍ତି ଏହି ହସ୍ପିଟାଲ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ । ପ୍ରକାଶ ଥାଉକି, ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ହୋଇଥିବା ବ୍ରିଟିଶ୍ ଶାସନାଧୀନରୁ ସ୍ଥାପିତ ଏହି ସର୍ବ ପୁରାତନ ସବ-ଡ଼ିଭିଜନ ହସ୍ପିଟାଲ୍‌କୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏଠାକାର ଜନସାଧାରଣ ଅନୁରୋଧ କରିଥିବା କୁହାଯାଉଛି ।

jittmm
Leave A Reply

Your email address will not be published.