oom

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା

jsmm
  • ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଜନାରେ ବିଭିନ୍ନ ସାମାଜିକ ତଥା ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ଅନୁଦାନ ଅନୁମୋଦିତ ହୋଇଛି । ଏହିକ୍ରମରେ ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ସଦର ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ପ୍ରକଳ୍ପମାନଙ୍କ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଗତକାଲି ସକାଳୁ ଶ୍ରୀ ସିଂହଦେଓ ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା ଓ ଜିଲ୍ଲାପରିଷଦ ସଭ୍ୟା ସଙ୍ଗିତା ସୁନାଙ୍କୁ ନେଇ ସଦର ବ୍ଲକ ଜୋନ ୨୩ର ସଦେଇପାଲି ପଞ୍ଚାୟତର ଗନ୍ଧରେଲ, ବୈଦିପାଲି ପଞ୍ଚାୟତ ବରଗାଁ, ବିଡିଘାଟ, ଚିକଲବାହାଲ ପଞ୍ଚାୟତ ଫଟକରା, ଶିବତଲା, ଶିବତଲା ପଞ୍ଚାୟତ କୁନ୍ଦପାଣି, ସାହାଜବାହାଲ ପଞ୍ଚାୟତ କୁନ୍ଦପଥର, ସାହାଜବାହାଲ, ଭୁତିଆରବାହାଲ, ଭୁତିଆରବାହାଲ ପଞ୍ଚାୟତ କୁଠୁର୍ଲା, କୁଡାସିଂହା ପଞ୍ଚାୟତ ସିରିଶ, ସିକାଛିଡା, ସିକାଛିଡା ପଞ୍ଚାୟତ ଖର୍ଲିକାନି, ବରକାନି ପଞ୍ଚାୟତର ନାରାୟଣପୁର, ମାଧିଆପାଲିଠାରେ ଭିତ୍ତି ପ୍ରସ୍ତର ଦେବା ସହ ଯଥା ସମୟରେ କାର୍ଯ୍ୟଶେଷ କରିବା ପାଇଁ ଅଧିକାରୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୈଳାଶ ଚନ୍ଦ୍ର ମହାନ୍ତି, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ବ୍ଲକ ପୂର୍ବତନ ଲୋକସଭା ସାସଂଦଙ୍କ ପ୍ରତିନିଧୀ ପ୍ରଦ୍ୟୁମ୍ନ ହୋତା, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଛାତ୍ର ସଭାପତି ସୁମନ ନନ୍ଦ, ବ୍ଲକ ସଭାପତି ନିହାର ରଞ୍ଜନ ସ୍ବାଇଁ, ବ୍ଲକ ଯୁବ ବିଜେଡ଼ି ସଭାପତି ଆଶୀର୍ବାଦ ସାହୁ, ସନ୍ତୋଷ ସାହୁ, ପାଲେଶ୍ବର ଭୋଇ, ସନ୍ତୋଷ ପ୍ରଧାନ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.