ମିଳିତ ଜନଶୁଣାଣୀ ଶିବିରରେ ଯୋଗଦେଲେ ନୂତନ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଭାବେ ଅବସ୍ଥାପିତ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସଂଗଠିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ଯୋଗଦେଇ ନିଜର ସକ୍ରୀୟତା ପ୍ରତିପାଦନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ସୋମବାର କାର୍ଯ୍ୟରେ ଯୋଗଦାନ କରି ୧୧୨ଟି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ଃ. ଶ୍ରାବଣା ବିବେକ ଏମ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ ଏବଂ ବ୍ରହ୍ମପୁର ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ତଥା ଛତ୍ରପୁର ଅତିରିକ୍ତ ଉପ-ଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣୀ ଗୁଡ଼ିକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ଭତ୍ତା, ଜମି, ଶ୍ରମିକ କାର୍ଡ, ରାସନ୍ କାର୍ଡ ଇତ୍ୟାଦି । ସମୁଦାୟ ୧୧୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୯୫ଟି ଓ ଗ୍ରାମ ଭିତ୍ତିକ ସମସ୍ୟା ୮ଟି ରହିଥିବାବେଳେ ୫ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା । ରେଡକ୍ରସ ତରଫରୁ ୪ ଜଣଙ୍କୁ ୧୨ ହଜାର ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରିଥିବା ହେତୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାର ଉନ୍ନତି ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକଲୋଚନକୁ ପହଞ୍ଚାଇବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏଵଂ ସମସ୍ତେ ମିଳିମିଶି କାମ କରିବା ବୋଲି କହିଥିଲେ । ଏହି ଶୁଣାଣିରେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବ୍ରହ୍ମପୁର ଉପଖଣ୍ଡର ପ୍ରମୁଖ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ବହୁ ପଦାଧିକାରୀଗଣ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.