ମୁରିବାହାଲ ବ୍ଲକର ନୂତନ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଜିପିଡିଓ ରୂପେ ପ୍ରସନ୍ନ କୁମାର ନାଗଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ନୂତନ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପ୍ରସନ୍ନ କୁମାର ନାଗ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ତୁଲାଉଥିଲେ । ପୁର୍ବରୁ ମୁରିବାହାଲ ବ୍ଲକର ସ୍ଥାୟୀ ଜିପିଡିଓ ଥିବା ଏନ ଜେ ଥିଓଫିଲଙ୍କ ଅବସର ଗ୍ରହଣ ପରେ ବ୍ଲକର ବରିଷ୍ଠ ପିଇଓ ଗଙ୍ଗାଧର ଛତର ଭାରପ୍ରାପ୍ତ ଜିପିଡିଓ ରୂପେ ଦାୟିତ୍ଵ ନିର୍ବାହ କରୁଥିଲେ । ନୂତନ ଜିପିଡିଓ ଶ୍ରୀ ନାଗ ଶ୍ରୀ ଛତରଙ୍କ ଠାରୁ ଜିପିଡିଓ ଦାୟିତ୍ଵ ଗ୍ରହଣ କରିଥିଲେ । ଶ୍ରୀ ନାଗ ଯୋଗଦେବା ପରେ ମୁରିବାହାଲ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jittmm
Leave A Reply

Your email address will not be published.