ଟିଟିଲାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗ ଦିବସ କୁମୁଡ଼ା କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟିଟିଲାଗଡ଼ ସହରର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜନ ହୋଇଯାଇଛି । ସେହିପରି ଟିଟିଲାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ କୁମୁଡା କଲ୍ୟାଣ ମଣ୍ଡପ ପରିସରରେ ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କ ତତ୍ତ୍ୱବାଧାନରେ ଶତାଧିକ ବ୍ୟକ୍ତି ଯୋଗଦାନ କରି ଯୋଗ ଗୁରୁ ଲକ୍ଷ୍ମୀକାନ୍ତ ପ୍ରଗଣିଆ, ଦିବାକର ନାଗଙ୍କଠାରୁ ଯୋଗ ଶିକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଜିପିଇଓ ଦେବାଶିଷ ମିଶ୍ର, ସିଡିପିଓ ସୁଷମା ପାଢ଼ୀ, ଯନ୍ତ୍ରୀ ଲୋପାମୁଦ୍ରା ବିଶ୍ଵାଲ, ଏସଓ ରଶ୍ମିରଞ୍ଜନ ବେହେରା, ସିଆରପି ସିଏମ କୈକେୟୀ ବଗର୍ତ୍ତୀ, ଜିଡିପିଓ ଦୀପକ ବାଗ, ମମତା ପିଏ ସଂଯୁକ୍ତା ମିଶ୍ର, ସିଆରପିସି ମାଳତୀ ବାଗ, ଏସଡ଼ିସି ଓଏଲଏମ ସେକ ଅଞ୍ଜୁମ, ସିଆରପିସିଏମ ମାଳତୀ ବାଗ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ସ୍ଥାନିୟ ଗୋବିନ୍ଦ ବାଟିକା ଠାରେ ଲାୟନ୍ସ କ୍ଲବ ପକ୍ଷରୁ ସଭାପତି ଗଙ୍ଗାଧର ଶର୍ମାଙ୍କ ନେତୃତ୍ୱରେ ଯୋଗ ଦିବସ ପାଳନ ହୋଇଯାଇଛି । ଟିଟିଲାଗଡ଼ ଥାନାରେ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ସମସ୍ତ ପୋଲିସ ଅଧିକାରୀ କର୍ମଚାରୀ ଯୋଗ କରିଥିଲେ ।

Leave A Reply

Your email address will not be published.