ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଶ୍ରୀ ରଘୁନାଥ ଜୀ ମହାରାଜାଙ୍କ ପ୍ରତିଷ୍ଠିତ ଭାଗବତ ତତ୍ତ୍ୱ ଯୋଗାଶ୍ରମରେ ମକର ସଂକ୍ରାନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି । ମକର ସଂକ୍ରାନ୍ତି ଉପଲେକ୍ଷ ପ୍ରଥମେ ଅଖଣ୍ତ ଦୀପ ପ୍ରଜ୍ୱଳନ, ବୈଦିକ ଯଜ୍ଞ କରାଯାଇଥିଲା । ବୈଦିକ ଯଜ୍ଞର କର୍ତ୍ତା ରୂପେ ଜଗଦୀଶ ବିଶି ତାଙ୍କର ଧର୍ମପତ୍ନୀ ଷଷ୍ଠ ବିଶି, ପୁରୋହିତ ଚନ୍ଦ୍ର ପ୍ରକାଶ ଆର୍ଯ୍ୟ, ଅଖଣ୍ତ ଯଜ୍ଞରେ କର୍ତ୍ତା ଭାବେ ରେଣୁଧର ସାହୁ ତାଙ୍କର ଧର୍ମପତ୍ନୀ ତୁଳାବତୀ ସାହୁ, ଯଜ୍ଞର ପୁରୋହିତ ତଥା ଆଶ୍ରମର ତତ୍ତ୍ୱାବଧାରକ ବାବା ଧର୍ମଚାନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଭାଗବତ ତତ୍ତ୍ୱ ଯୋଗାଶ୍ରମ ସନ୍ଥ ଶ୍ରୀ ରଘୁନାଥ ଜୀ ମହାରାଜାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଭାଗବତ ତତ୍ତ୍ୱ ଯୋଗାଶ୍ରମ ବହୁ ଜନ କଲ୍ୟାଣ କାର୍ଯ୍ୟ ହାତକୁ ନେଇ ଅଞ୍ଚଳରେ ଏକ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି । ସାମାଜିକ ରୀତିନୀତିକୁ ସୁନ୍ଦର ଓ ସାବଲୀଳକାରୀ ସମାଜକୁ ଏକ ନୂଆ ସସ୍କାର ଦେବାକୁ ପ୍ରୟାସ ଜାରି ରଖିଛି ଏହି ଭାଗବତ ତତ୍ତ୍ୱ ଯୋଗାଶ୍ରମ । ଏହି କାର୍ଯ୍ୟକ୍ରମକୁ ଆନନ୍ଦ ସାହୁ, ସାଧୁ ବିଶ୍ୱାଳ, ଲକ୍ଷ୍ମଣ ପ୍ରଧାନ, ଯଦୁମଣି ନାଏକ, ରେବା ଭାରତୀ ପ୍ରଧାନ, ବିଭୁପ୍ରସାଦ ପ୍ରଧାନ, ନବୀନ ଚନ୍ଦ୍ର ସାହୁ, ନରୋତ୍ତମ ପ୍ରଧାନ, ରବୀନ୍ଦ୍ର ସାହୁ, ହିମାଳୟ ସାହୁ, ନିରଞ୍ଜନ ବେହେରା, କୃପାସିନ୍ଧୁ ସାହୁ, ଡାଳିମ୍ବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆଶ୍ରମର ତତ୍ତ୍ୱାବଧାରକ ବାବା ଧର୍ମଚାନ୍ଦ ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।