୩୬ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସହର ମହିଷାପାଟସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟଠାରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଛି । ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳସ୍ଥିତ ଅଟୋମୋବାଇଲ ଡକ୍ଟର ଇଣ୍ଡିଆ, କ୍ୱିଭାନ୍ ସ୍କିଲ୍ ଏମ୍ପାୱାରମେଣ୍ଟ ପ୍ରା.ଲିଃ. ଏବଂ ପ୍ରୋଡାଟାରେ ଟ୍ରେନିଂ ପ୍ରାପ୍ତ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । କର୍ମଠ ହୋଇ ସାଧୁତାର ସହ କାର୍ଯ୍ୟକରି ଢେଙ୍କାନାଳର ଗର୍ବ ଓ ଗୌରବ ବୃଦ୍ଧିରେ ସହାୟକ ହୁଅନ୍ତୁ ସେ ବୋଲି କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ କିପରି ଟ୍ରେନିଂ ପ୍ରଦାନକରି ଶତ ପ୍ରତିଶତ ନିଯୁକ୍ତିର ସୁବିଧା ସୁଯୋଗ ସୃଷ୍ଟି ହେଉଛି ସେ ସଂପର୍କରେ ସୂଚନା ଦେଇଥିଲେ । ଏହି ନିଯୁକ୍ତି ପର୍ବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଞ୍ଜନ ସେଠୀ ଏବଂ କୋ-ଅପରେଟିଭ ସୋସାଇଟିର ଡେପୁଟୀ ରେଜିଷ୍ଟ୍ରର ଉମାଶଙ୍କର ଦାସ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.