ଅଙ୍ଗନବାଡ଼ି କେନ୍ଦ୍ରକୁ ଜଳ ଯୋଗାଣ ଦାବି

ଆନନ୍ଦପୁର : ନଅ ବର୍ଷ ହେବ ଗାଁରେ ଖୋଲିଲାଣି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ଆଜି ପର୍ଯ୍ୟନ୍ତ କିନ୍ତୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା । ଏମିତିକି ପିଲାମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାରେ ମଧ୍ୟ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ବସନ୍ତପୁରା ଦଲକି ସାହିଠାରେ । ଏଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ୯ ବର୍ଷ ତଳୁ ଆରମ୍ଭ ହୋଇଥିଲେବି, ଏପର୍ଯ୍ୟନ୍ତ ପିଲାଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ତେଣୁ ଯଥାଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ଉଠିଥିବାବେଳେ, ସୋମବାର ଗ୍ରାମର ମହିଳାମାନେ ଅଙ୍ଗନବାଡ଼ି ଠାରେ ନଳକୂପ ସ୍ଥାପନ ପାଇଁ ବିଡିଓଙ୍କ ନିକଟରେ ଦାବି ଜଣାଇଛନ୍ତି । ଖୁବ୍‌ଶୀଘ୍ର ଏଦିଗରେ ପଦକ୍ଷପ ନେବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।

Leave A Reply

Your email address will not be published.