ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରି ଭିଜିଲାନ୍ସ ଅଧିକରୁ ଅଧିକ ତଦନ୍ତ ଅଦ୍ୟାବଧି ଜାରି ରଖିଛି । ଗତକାଲି ଠାରୁ ଏବେ ସୁଦ୍ଧା ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କୁ ଜେରା କରିବା ସହ ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ସୂଚନା ଥାଉକି, ବୁଧବାର ଦିନ ୧୧ ଘଣ୍ଟା ବେଳେ ଭିଜିଲାନ୍ସ ଚଢ଼ାଉ ଜାରି ଆରମ୍ଭ କରି ପ୍ରଥମେ ତାଙ୍କରି ଛତ୍ରପୁର ଅସ୍ଥାୟୀ ବାସଭବନ ଏବଂ ଛତ୍ରପୁର ଜିଲ୍ଲା କାର୍ଯ୍ୟାଳୟସ୍ଥ ତାଙ୍କରି ପ୍ରକୋଷ୍ଠରେ ଭିଜିଲାନ୍ସ ଟିମ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥି ସହିତ ତାଙ୍କରି ଭବାନୀପାଟ୍ଟଣା ବାସଭବନ ଏବଂ ସମ୍ବଲପୁର ବାସଭବନ ପୈତୃକ ଗୃହ ଆଦି ଭିଜିଲାନ୍ସ ବିଭାଗ ତନଖି କରିବାରେ ପ୍ରୟାସ ଜାରି ରଖିଛି । ବୁଧବାର ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଜେରା ଜାରି ରଖିଥିଲା । ବିଳମ୍ବିତ ସମୟରେ ଛତ୍ରପୁରକୁ ଏନେଇ ଭିଜିଲାନ୍ସ ଆଇ.ଜି. ସଞ୍ଜୟ କୁମାର କୌଶଲ ଗସ୍ତ କରିଥିବା ବେଳେ ଛତ୍ରପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ବୁଧବାର ବିଳମ୍ବିତ ରାତ୍ରି ପ୍ରାୟ ୧୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଭିଜିଲାନ୍ସ ସମ୍ପର୍କିତ କାର୍ଯ୍ୟକ୍ରମକୁ ଭିଜିଲାନ୍ସ ଆଇ.ଜି. ଶ୍ରୀ କୌଶଲ୍ ଅନୁସନ୍ଧାନ ଜାରି ରଖିଥିଲେ । ପ୍ରକାଶ ଯୋଗ୍ୟ ଯେ’ ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିୟୁ-ବ୍ୟାଙ୍କ କଲୋନୀ ନିକଟରୁ ତାଙ୍କ ଅସ୍ଥାୟୀ ବାସଭବନ (ଭଡ଼ା ଘର)ରୁ ବୁଧବାର ବାହାରୁ ଥିବାବେଳେ ହଠାତ୍ ତାଙ୍କରି ସରକାରୀ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ଟିମ୍ ଧରିଥିଲା । ପ୍ରକାଶ ଯୋଗ୍ୟ ଯେ’ ଛତ୍ରପୁର ଜାତୀୟ ରାଜପଥ ନିୟୁ-ବ୍ୟାଙ୍କ କଲୋନୀ ନିକଟରୁ ତାଙ୍କ ଅସ୍ଥାୟୀ ବାସଭବନ (ଭଡ଼ା ଘର)ରୁ ବୁଧବାର ବାହାରୁ ଥିବାବେଳେ ହଠାତ୍ ତାଙ୍କରି ସରକାରୀ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ଟିମ୍ ଧରିଥିଲା । ସେ ଘରୁ ବାହାରୁଥିବା ବେଳେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କାର ଏକ ପେକେଜ୍ ବଣ୍ଡଲ୍ ଗାଡ଼ିର ଡିକିରୁ ବାହାର କରି ଉକ୍ତ ଟଙ୍କା ଭିଜିଲାନ୍ସ ଜବତ କରି ଏଯାବତ୍ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତାଙ୍କରି କାର୍ଯ୍ୟାଳୟ ପ୍ରକୋଷ୍ଠ ମଧ୍ୟରେ କିଛି ନଥିପତ୍ର ମିଳିଥିବା ସୂଚନା ମିଳେ । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ କାହିଁକି ରଖାଯାଇଥିଲା, କିଏ ରଖିଥିଲା, ନା’ ଟଙ୍କା ସେ କାହା ପାଖରୁ ଆଣି ଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ତାଙ୍କରି ଅନ୍ୟ କୌଣସି ସ୍ଥାନରେ ପୁଳାପୁଳା ଟଙ୍କା ବାହାରିବା, ସୁନା, ଗହଣା, ଅଳଙ୍କାର ତଥା ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଥିବା ସମ୍ପର୍କରେ ଜବତ ଅବା ଠାବ କରିବାର ସୂଚନା ଏବେ ସୁଦ୍ଧା ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳି ନଥିବା ଜଣାପଡ଼ିଛି । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଭିଜିଲାନ୍ସ ଏସ୍.ପି. ପି.କେ. ପ୍ରଧାନ, ଅତିରିକ୍ତ ଏସ୍.ପି. ସନ୍ଧ୍ୟାରାଣୀ ସାହୁ ସଦଳବଳେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ।
