ପଶ୍ଚିମ ଏସିଆରେ ଜାରି ସଂଘର୍ଷ କାରଣରୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ବାଧା ଦୂର କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ଦେଇଥିବା ବକ୍ତବ୍ୟ
ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆରେ ଜାରି ସଂଘର୍ଷ କାରଣରୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ବାଧା ଦୂର କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଆଜି ଲୋକସଭାରେ ବକ୍ତବ୍ୟ ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ଦେଶରେ ପେଟ୍ରୋଲିୟମ ଉତ୍ପାଦର ଉପଲବ୍ଧତା ଏବଂ ବର୍ତ୍ତମାନର ଜାଗତିକ ପରିସ୍ଥିତିରେ ଭାରତର ଇନ୍ଧନ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସଦନକୁ ଅବଗତ କରାଯାଇଛନ୍ତି।
କେନ୍ଦ୍ର ମନ୍ତ୍ରୀଙ୍କ ବିବୃତି ନିମ୍ନରେ ଦିଆଗଲା :
ମାନନୀୟ ବାଚସ୍ପତି ମହାଶୟ,
ପଶ୍ଚିମ ଏସିଆରେ ସଂଘର୍ଷ କାରଣରୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ସଂକଟର ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଁ ବକ୍ତବ୍ୟ ରଖୁଛି।
୧. ଆଧୁନିକ ଇନ୍ଧନ ଯୋଗାଣ ଇତିହାସରେ ବିଶ୍ୱ କେବେବି ଏତେ ବଡ଼ ସଙ୍କଟର ସମ୍ମୁଖୀନ ହୋଇନାହିଁ। ୧୩ ଦିନ ପୂର୍ବେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଏକ ସାମରିକ ସଂଘର୍ଷ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ ମାର୍ଗ ବନ୍ଦ କରିଦେଇଥିଲା। ଏହି ମାର୍ଗ ଦେଇ ବିଶ୍ୱର ୨୦ପ୍ରତିଶତ ଅଶୋଧିତ ତୈଳ, ୨୦ପ୍ରତିଶତ ପ୍ରାକୃତିକ ବାଷ୍ପ ଏବଂ ୨୦ପ୍ରତିଶତ ଏଲପିଜି ପ୍ରବାହିତ ହୋଇଥାଏ। ଇତିହାସରେ ପ୍ରଥମ ଥର ପାଇଁ, ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ପ୍ରଭାବୀରୂପେ ବନ୍ଦ କରାଯାଇଛି। ଯଦିଓ ଏହି ସଂଘର୍ଷ ସୃଷ୍ଟି କରିବାରେ ଭାରତର କୌଣସି ଭୂମିକା ନାହିଁ, ତଥାପିଅନେକ ଦେଶ ପରି, ଭାରତକୁ ଏହାର ପରିଣାମ ସହ ମୁକାବିଲା କରିବାକୁ ପଡିବ।
୨. ଅନ୍ୟ ଦେଶ ତୁଳନାରେ ଭାରତର ଶ୍ରେଷ୍ଠ ପ୍ରତିକ୍ରିୟା ସ୍ପଷ୍ଟ ଭାବରେ ଉଜାଗର ହୋଇଥାଏ।ଆମର ଗୋଟିଏ ପଡ଼ୋଶୀ ଦେଶ ଦୁଇ ସପ୍ତାହ ପାଇଁ ସବୁ ସ୍କୁଲ ବନ୍ଦ କରିଦେଇଛି, ସରକାରୀ କାର୍ଯ୍ୟାଳୟରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିଛି, ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି, ସରକାରୀ ଯାନବାହନ ପାଇଁ ଇନ୍ଧନ ଭତ୍ତା ଅଧା କରିଦେଇଛି ଏବଂ ୬୦ ପ୍ରତିଶତ ସରକାରୀ ଯାନବାହାନ ରାସ୍ତାରୁ ବାହାର କରିଦେଇଛି। ଏହି ଦେଶ ନିଜ ଇତିହାସରେ ସବୁଠାରୁ ବଡ଼ ଇନ୍ଧନ ମୂଲ୍ୟ ବୃଦ୍ଧି ଦେଖିଛି, ଗୋଟିଏ ସପ୍ତାହ ମଧ୍ୟରେ ପେଟ୍ରୋଲ ପ୍ରାୟ ୨୦ ପ୍ରତିଶତ ମହଙ୍ଗା ହୋଇଛି। ଅନ୍ୟ ଏକ ପଡ଼ୋଶୀ ଦେଶ ଇନ୍ଧନ ସଞ୍ଚୟ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶୀଘ୍ର ବନ୍ଦ କରିଦେଇଛି ଏବଂ ଇଦ୍ ଅଲ୍-ଫିତର ଛୁଟିକୁ ସ୍ଥଗିତ ରଖିଛି। ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକୁ ମଧ୍ୟ ଇନ୍ଧନର ଯୁକ୍ତିସଂଗତ ବ୍ୟବହାର ଏବଂ ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ପଡ଼ିଛି।
ଅଶୋଧିତ ତୈଳ ତଥା ପେଟ୍ରୋଲ, ଡିଜେଲ:
୩. ଭାରତର ଅଶୋଧିତ ତୈଳ ଯୋଗାଣ ସ୍ଥିତି ସୁରକ୍ଷିତ ରହିଛି ଏବଂ ସୁରକ୍ଷିତ ପରିମାଣ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ପ୍ରାପ୍ତ ପରିମାଣଠାରୁ ଅଧିକ। ସଙ୍କଟ ପୂର୍ବରୁ, ଭାରତର ପ୍ରାୟ ୪୫ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ହର୍ମୁଜ୍ ପ୍ରଣାଳୀ ଦେଇ ହେଉଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ କୂଟନୈତିକ ସମ୍ପର୍କ ଏବଂ ସଦ୍ଭାବନା ଯୋଗୁଁ, ଭାରତ ସେହି ସମୟ ମଧ୍ୟରେ ଅବରୁଦ୍ଧ ହୋର୍ମୁଜ ପ୍ରଣାଳୀ ମାଧ୍ୟମରେ ପ୍ରାପ୍ତ ଅଶୋଧିତ ତୈଳ ଅପେକ୍ଷା ଅଧିକ ଅଶୋଧିତ ତୈଳ ସୁରକ୍ଷିତ କରିଛି। ଅଣ-ହୋର୍ମୁଜ୍ ଉତ୍ସରୁ ଅଶୋଧିତ ତୈଳ ଆମଦାନୀ ପ୍ରାୟ ୭୦ପ୍ରତିଶତ ବୃଦ୍ଧି ପାଇଛି, ଯାହା ସଙ୍କଟ ପୂର୍ବରୁ ୫୫ପ୍ରତିଶତ ଥିଲା। ଭାରତ ୪୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରିଥାଏ, ଯାହା ୨୦୦୬-୦୭ରେ ମାତ୍ର ୨୭ଥିଲା; ବର୍ଷ ବର୍ଷ ଧରି ସ୍ଥିର ନୀତି ମାଧ୍ୟମରେ ନିର୍ମିତ ଏହି ଢାଞ୍ଚାଗତ ବିବିଧତା ଆମକୁ ଏପରି ବିକଳ୍ପ ପ୍ରଦାନ କରେ ଯାହା ଅନ୍ୟ ଦେଶମାନଙ୍କ ପାଖରେ ଆଉ ନାହିଁ। ବିଶୋଧନାଗାରଗୁଡ଼ିକ ଉଚ୍ଚ କ୍ଷମତା ଉପଯୋଗ ଆଧାରରେ କାର୍ଯ୍ୟ କରୁଛନ୍ତି; ଅନେକ କ୍ଷେତ୍ରରେ, ସେମାନେ ୧୦୦ପ୍ରତିଶତରୁ ଅଧିକ କ୍ଷମତାରେ କାର୍ଯ୍ୟ କରୁଛନ୍ତି।
୪. ପେଟ୍ରୋଲ, ଡିଜେଲ, କିରାସିନି, ଏଟିଏଫ କିମ୍ବା ଇନ୍ଧନ ତେଲର କୌଣସି ଅଭାବ ନାହିଁ। ପେଟ୍ରୋଲ, ଡିଜେଲ, ବିମାନ ଟର୍ବାଇନ୍ ଇନ୍ଧନ, କିରାସିନି ଏବଂ ଇନ୍ଧନ ତେଲର ଉପଲବ୍ଧତା ସମ୍ପୂର୍ଣ୍ଣ ସୁନିଶ୍ଚିତ ରହିଛି। ସାରା ଦେଶର ଖୁଚୁରା କେନ୍ଦ୍ରରେ ଯଥେଷ୍ଟ ଷ୍ଟକ୍ ରହିଛି ଏବଂ ଏସବୁ ଉତ୍ପାଦର ଯୋଗାଣ ଶୃଙ୍ଖଳ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ସବୁ ରାଜ୍ୟକୁ ପିଡିଏସ କିରାସିନି ତେଲର ଅତିରିକ୍ତ ଆବଣ୍ଟନ ଜାରି କରାଯାଇଛି।
ପ୍ରାକୃତିକ ବାଷ୍ପ :
୫. ପ୍ରାଥମିକତା-ଭିତ୍ତିକ ଆବଣ୍ଟନ ମାଧ୍ୟମରେ ପ୍ରାକୃତିକ ବାଷ୍ପ ଯୋଗାଣ ପରିଚାଳିତ ହେଉଛି। ପରିସ୍ଥିତି ତତ୍କାଳ ଆବଶ୍ୟକତାଠାରୁ ବହୁତ ଅଧିକସ୍ଥିର ଅଛି। ଭାରତ ଘରୋଇ ଭାବରେ ପ୍ରାୟ ୯୦ ଏମଏମଏସସିଏମଡି (ପ୍ରତିଦିନ ନିୟୁତ ମେଟ୍ରିକ୍ ମାନକ ଘନ ମିଟର) ପ୍ରାକୃତିକ ବାଷ୍ପ ଉତ୍ପାଦନ କରେ। ପୂର୍ବରୁ, ଏକ ପ୍ରମୁଖ କତରୀ ପ୍ରକ୍ରିୟାକରଣ ସୁବିଧା ଦ୍ୱାରା ଫୋର୍ସ ମେଜର୍ ଘୋଷଣା ଦ୍ୱାରା ପ୍ରଭାବିତ ଉପସାଗରୀୟ ଉତ୍ସ ମାଧ୍ୟମରେ ପୂର୍ବରୁ ୩୦ ଏମଏମଏସସିଏମଡିଆମଦାନୀ କରାଯାଉଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ୯ମାର୍ଚ୍ଚ୨୦୨୬ରେ ଜାରି ହୋଇଥିବା ପ୍ରାକୃତିକ ବାଷ୍ପ ନିୟନ୍ତ୍ରଣ ଆଦେଶ ତୁରନ୍ତ ପ୍ରାଥମିକତା ଅନୁକ୍ରମ ସ୍ଥାପନ କରିଥିଲା। ପରିବାରଗୁଡ଼ିକୁ ଘରୋଇ ପାଇପ୍ ଗ୍ୟାସ ଏବଂ ଯାନବାହନ ପାଇଁ ସିଏନଜି ବିନା କୌଣସି ହ୍ରାସ ସହିତ ୧୦୦ ପ୍ରତିଶତ ଯୋଗାଣ ଜାରି ରହିଛି । ଶିଳ୍ପ ଏବଂ ଉତ୍ପାଦନକାରୀ ଗ୍ରାହକମାନେ ସେମାନଙ୍କର ପୂର୍ବ ଛଅ ମାସର ହାରାହାରି ୮୦% ପର୍ଯ୍ୟନ୍ତ ପାଇବେ। ସାର କାରଖାନାଗୁଡ଼ିକ ୭୦% ପର୍ଯ୍ୟନ୍ତ ପାଇବେ, ଯାହାଦ୍ୱାରାବୁଣା ଋତୁ ପୂର୍ବରୁ କୃଷି ଇନପୁଟ୍ ଶୃଙ୍ଖଳକୁ ସୁରକ୍ଷା ଦେବ। ବିଶୋଧନାଗାର ଏବଂ ପେଟ୍ରୋ ରସାୟନ ୟୁନିଟ୍ ଉପରେ ଏକ ପରିଚାଳନାଗତ ହ୍ରାସ ଲାଗୁ ହୋଇଛି। ଏହାଦ୍ୱାରା ସେହି ଗ୍ୟାସକୁ ଉଚ୍ଚ ପ୍ରାଥମିକତା କ୍ଷେତ୍ରକୁ ଯୋଗାଇ ଦିଆଯାଇପାରିବ। ମୁଁ ଏହି ସଦନକୁ ଖୁସିର ସହିତ ଏହା ଜଣାଇବାକୁ ଚାହୁଁଛି ଯେ ବିକଳ୍ପ କ୍ରୟ ମାଧ୍ୟମରେ ଅଭାବକୁ ମୁଖ୍ୟତଃ ପୂରଣ କରାଯାଇଛି। ବିକଳ୍ପ ଯୋଗାଣ ମାର୍ଗ ଦେଇ ପ୍ରାୟ ପ୍ରତିଦିନ ବଡ଼ ବଡ଼ ଏଲଏନଜି କାର୍ଗୋ ପହଞ୍ଚୁଛିଏବଂ ଦୀର୍ଘକାଳୀନ ସଂଘର୍ଷ ସ୍ଥିତିରେ ମଧ୍ୟ ଏହି ପରିସ୍ଥିତିକୁ ବଜାୟ ରଖିବା ପାଇଁ ଭାରତରେ ପର୍ଯ୍ୟାପ୍ତ ଗ୍ୟାସ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥା ଅଛି। ପ୍ରତ୍ୟେକ ଘର ଏବଂ ଶିଳ୍ପ ପାଇଁ ଇନ୍ଧନ ଉତ୍ପାଦନ ସମ୍ପୂର୍ଣ୍ଣ ସୁରକ୍ଷିତ।
ଏଲପିଜି:
୬. ଏହା ଉଲ୍ଲେଖଯୋଗ୍ୟ ଯେ ଭାରତ ପୂର୍ବରୁ ଏହାର ପ୍ରାୟ ୬୦ପ୍ରତିଶତ ଏଲପିଜି ଆବଶ୍ୟକତା କତର, ୟୁଏଇ, ସାଉଦୀ ଆରବ ଏବଂ କୁଏତ ପରି ଉପସାଗରୀୟ ଦେଶଗୁଡ଼ିକରୁ ଆମଦାନୀ କରୁଥିଲା ଏବଂ ୪୦ପ୍ରତିଶତ ଘରୋଇ ଭାବରେ ଉତ୍ପାଦନ କରୁଥିଲା। କ୍ରୟ କାର୍ଯ୍ୟ ଏବେ ସକ୍ରିୟ ଭାବରେ ବିବିଧ ହୋଇଛି ଏବଂ ଉପଲବ୍ଧ ଉପସାଗରୀୟ ଉତ୍ସ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା, ନରୱେ, କାନାଡା, ଆଲଜେରିଆ ଏବଂ ରୁଷରୁ କାର୍ଗୋ ଆସୁଛି।
୭. ମାର୍ଚ୍ଚ ୨୦୨୬ରେ ଜାରି ଏଲପିଜି ନିୟନ୍ତ୍ରଣ ଆଦେଶରେ ସବୁ ବିଶୋଧନାଗାରକୁ ଏଲପିଜି ଉତ୍ପାଦନକୁ ସର୍ବାଧିକ କରିବାକୁ କୁହାଯାଇଥିଲା। ଏଥିସହିତ ପ୍ରୋପେନ, ବ୍ୟୁଟେନ, ପ୍ରୋପିଲିନ ଓ ବ୍ୟୁଟେନ୍ ଆଦି ସାମିଲ ଥିବା ସିଥ୍ରୀ ଓ ସିଫୋର୍ ହାଇଡ୍ରୋକାର୍ବନ ଧାରାକୁ ସମ୍ପୂର୍ଣ୍ଣ ଭାବେ ତିନୋଟି ତୈଳ ବିପଣନ କମ୍ପାନୀକୁ ବିଶେଷ ଭାବେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହାଦ୍ୱାରା ଏହାକୁ ଘରୋଇ ରନ୍ଧନ ଗ୍ୟାସ ରୂପେ ଉପଯୋଗ କରାଯାଇପାରିବ। ଫଳରେ, ବିଗତ ୫ ଦିନ ମଧ୍ୟରେ ବିଶୋଧନାଗାର ନିର୍ଦ୍ଦେଶ ମାଧ୍ୟମରେ ଏଲପିଜି ଉତ୍ପାଦନରେ ୨୮ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଆଗକୁ କ୍ରୟ ସକ୍ରିୟ ରୂପେ ଜାରି ରହିଛି ।
୮. ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେଉଛି ଭାରତର ୩୩ କୋଟିରୁ ଅଧିକ ପରିବାର, ବିଶେଷକରି ଗରିବ ଏବଂ ବଞ୍ଚିତ ବର୍ଗର ଲୋକମାନେ, ସେମାନଙ୍କ ରୋଷେଇ ଘରେ ଯେପରି କୌଣସି ଅଭାବର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା। ଘରୋଇ ଯୋଗାଣ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି, ଏବଂ ବିତରଣ ଚକ୍ର ଅପରିବର୍ତ୍ତିତ ରହିଛି।ଘରୋଇ ଏଲପିଜି ସିଲିଣ୍ଡର ପାଇଁ ବୁକିଂରୁ ବିତରଣ ପର୍ଯ୍ୟନ୍ତ ମାନକ ସମୟ ୨.୫ଦିନ, ଯାହା ସଙ୍କଟ ପୂର୍ବ ମାନଦଣ୍ଡରୁ ଅପରିବର୍ତ୍ତିତ ରହିଛି । ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିରନ୍ତର ପ୍ରାଥମିକତା ଯୋଗାଣ ସୁନିଶ୍ଚିତ କରାଯାଇଛି; ବ୍ୟାପକ ଚାହିଦା ପରିସ୍ଥିତି ସତ୍ତ୍ୱେ ସେମାନଙ୍କର ଏଲପିଜି ଉପଲବ୍ଧତା ସମ୍ପୂର୍ଣ୍ଣ ସୁନିଶ୍ଚିତ ରହିଛି ।କ୍ଷେତ୍ରରୁ ମିଳିଥିବା ରିପୋର୍ଟଗୁଡ଼ିକ ଦର୍ଶାଉଛି ଯେ ବିତରକ ଏବଂ ଖୁଚୁରା ସ୍ତରରେ ଜମାଖୋରୀ ଏବଂ ଆଶଙ୍କାଗ୍ରସ୍ତ ବୁକିଂ ଜାରି ରହିଛି।ପ୍ରକୃତରେ କୌଣସି ଯୋଗାଣ ଅଭାବ ନାହିଁ, ବରଂ ଗ୍ରାହକଙ୍କ ଚିନ୍ତା କାରଣରୁ ଏପରି ହେଉଛି। ସଦନ ଏହା ମଧ୍ୟ ସ୍ପଷ୍ଟ ରୂପେ ଜାଣି ରଖିବା ଆବଶ୍ୟକ .ଯେ: କେତେକ ଅଞ୍ଚଳରେ ବୁକିଂଚାପ ଚାହିଦାଜନିତ ବିକୃତିକୁ ଦର୍ଶାଉଛି, ଉତ୍ପାଦନ କିମ୍ବା ଯୋଗାଣ ବିଫଳତାକୁ ନୁହେଁ। ଡେଲିଭରୀ ପ୍ରମାଣୀକରଣ କୋଡ କଭରେଜ୍ ୫୦ ପ୍ରତିଶତରୁ ବୃଦ୍ଧି କରାଯାଇଛି ୯୦ ପ୍ରତିଶତ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଏହି ପ୍ରଣାଳୀ ଅଧୀନରେ ଗୋଟିଏ ସିଲିଣ୍ଡ କେବଳ ସେତିକି ବେଳେ ବିତରିତ ବୋଲି ଉଲ୍ଲେଖ କରାଯାଇପାରିବ ଯେତେବେଳେ ଉପଭୋକ୍ତା ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଗୋଟିଏ ଥର କୋଡ ମାଧ୍ୟମରେ ପ୍ରାପ୍ତି ସୁନିଶ୍ଚିତ କରିବେ। ଏହାଦ୍ୱାରା ବିନା କାଗଜପତ୍ରରେ ବାଟମାରଣାକୁ ଲୁଚାଇବା ବ୍ୟବହାରିକ ରୂପେ ଅସମ୍ଭବ ହୋଇପାରିବ।ଚାହିଦା ପରିଚାଳନା ପଦକ୍ଷେପ ଭାବରେ, ସହରାଞ୍ଚଳରେ ସର୍ବନିମ୍ନ ୨୫ଦିନ ଏବଂ ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତ ଅଞ୍ଚଳରେ ୪୫ଦିନର ବୁକିଂ ବ୍ୟବଧାନ କାର୍ଯ୍ୟକାରୀ କରାଯାଇଛି। ତୈଳ ବିପଣନ କମ୍ପାନୀରକ୍ଷେତ୍ର ଅଧିକାରୀ ଏବଂ ଅପମିଶ୍ରଣ ବିରୋଧୀ ସେଲ୍ ବିତରକ ସ୍ତରରେ ପ୍ରବର୍ତ୍ତନର ସମନ୍ୱୟ କରୁଛନ୍ତି। ରାଜ୍ୟସ୍ତରୀୟ ପ୍ରଶାସନକୁ କେନ୍ଦ୍ରୀୟ ଯୋଗାଣ ଏବଂ ପ୍ରବର୍ତ୍ତନ ଢାଞ୍ଚା ସହିତ ସମନ୍ୱୟ କରିବା ପାଇଁ ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି।
- ବ୍ୟବସାୟିକଏଲପିଜିକୁକଳାବଜାରୀ ରୋକିବା ପାଇଁ ନିୟନ୍ତ୍ରିତ କରାଯାଇଛି,ଆତିଥ୍ୟ କ୍ଷେତ୍ରକୁ ଦଣ୍ଡିତ କରିବା ପାଇଁ ନୁହେଁ। ବ୍ୟବସାୟିକଏଲପିଜି ସମ୍ପୂର୍ଣ୍ଣ ନିୟନ୍ତ୍ରିତରହିଛି । ଏହା ବିନା କୌଣସି ସରକାରୀ ସବସିଡିରେ ବଜାର ମୂଲ୍ୟରେ କାଉଣ୍ଟରରେ ବିକ୍ରି ହୁଏ। ଏଥିପାଇଁ କୌଣସି ପଞ୍ଜିକରଣ ବ୍ୟବସ୍ଥା ନାହିଁ, କୌଣସି ବୁକିଂ ଆବଶ୍ୟକତା ନାହିଁ, କୌଣସି ଡିଜିଟାଲ ପ୍ରମାଣୀକରଣ ନାହିଁ ଏବଂ କୌଣସି ବିତରଣ ନିଶ୍ଚିତକରଣ ବ୍ୟବସ୍ଥା ନାହିଁ। ସାଧାରଣ ସମୟରେ, ଯେକୌଣସି ବ୍ୟବସାୟ କିମ୍ବା ବ୍ୟକ୍ତି ସରକାରୀ ନିୟନ୍ତ୍ରଣ ବିନା ବିକ୍ରୟ ସ୍ଥାନରେ ଯେକୌଣସି ପରିମାଣର ସିଲିଣ୍ଡର କିଣିପାରିବେ। ଯେତେବେଳେ ଜନସାଧାରଣଙ୍କ ଚିନ୍ତା ଅଧିକ ଥାଏ ଏବଂ ଯୋଗାଣ ପ୍ରତିବନ୍ଧିତ ଥାଏ, ଏହି ନିୟନ୍ତ୍ରଣବ୍ୟବସ୍ଥାବେଆଇନ ମହଜୁଦ ରଖିବା, ବାଟମାରଣା ଏବଂ ବର୍ଦ୍ଧିତ ମୂଲ୍ୟରେ ପୁନଃବିକ୍ରୟ ପାଇଁ ଏକ ସିଧାସଳଖ ଏବଂ ଅନିୟନ୍ତ୍ରିତ ପଥ ସୃଷ୍ଟି କରେ। ଯଦି ବ୍ୟବସାୟିକ ଯୋଗାଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମୁକ୍ତ ରଖାଯିବ ତା’ହେଲେ କାଉଣ୍ଟରରୁ କିଣାଯାଇଥିବା ସିଲିଣ୍ଡର ପ୍ରକୃତବ୍ୟବସାୟିକ ଉପଭୋକ୍ତା ଏବଂ ଘରୋଇ ପରିବାର ଉଭୟଙ୍କ ମୂଲ୍ୟରେ କଳାବଜାରୀ ହୋଇପାରେ । ତେଣୁ ସରକାର ଦାୟିତ୍ୱପୂର୍ଣ୍ଣ ପଦ୍ଧତି ଗ୍ରହଣ କରିଛନ୍ତି: ସ୍ପଷ୍ଟ ପ୍ରାଥମିକତା ଏବଂ ଏକ ସ୍ୱଚ୍ଛ ଆବଣ୍ଟନ ବ୍ୟବସ୍ଥା ସହିତ ଏହି ଚ୍ୟାନେଲକୁ ନିୟନ୍ତ୍ରଣ କରୁଛନ୍ତି । ଆଇଓସିଏଲ, ଏଚପିସିଏଲ ଏବଂ ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନେଇ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ୯ମାର୍ଚ୍ଚ, ୨୦୨୬ରେ ଗଠନ କରାଯାଇଥିଲା। ଦେଶବ୍ୟାପୀ ସାଧାରଣ ବଣ୍ଟନ, ଯୋଗାଣ ବିଭାଗ ଏବଂ ରେସ୍ତୋରାଁ ସଂଘ ସହିତ ବ୍ୟାପକ ବୈଠକ ଅନୁଷ୍ଠିତ ହୋଇଛି ଏବଂ ଚାଲିଛି। କମିଟି ଭୌଗୋଳିକ ଏବଂ କ୍ଷେତ୍ର ଆଧାରରେ ପ୍ରକୃତ ଆବଶ୍ୟକତାର ମୂଲ୍ୟାଙ୍କନ କରିଛି ଯାହା ଦ୍ୱାରା ନିଶ୍ଚିତ ହୋଇପାରିବ ଯେ ଉପଲବ୍ଧ ବ୍ୟବସାୟିକ ଏଲପିଜି ପରିମାଣ ପ୍ରଥମେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ମହଜୁଦଖୋରୀ କିମ୍ବା କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରଖି ଆଜିଠାରୁ ହାରାହାରି ମାସିକ ବ୍ୟବସାୟିକ ଏଲପିଜି ଆବଶ୍ୟକତାର୨୦ପ୍ରତିଶତ ଓଏମସି ଦ୍ୱାରା ଆବଣ୍ଟନ କରାଯିବ।
୯. ଏଲପିଜି ଏବଂ ଗ୍ୟାସ ଚ୍ୟାନେଲଗୁଡ଼ିକ ଉପରେ ଚାପ କମ କରିବା ପାଇଁ ବିକଳ୍ପ ଇନ୍ଧନ ମାର୍ଗଗୁଡ଼ିକୁ ସକ୍ରିୟ କରାଯାଉଛି। ଖୁଚୁରା ଦୋକାନ ଏବଂ ପିଡିଏସଚ୍ୟାନେଲଗୁଡ଼ିକ ମାଧ୍ୟମରେ କିରୋସିନ ଉପଲବ୍ଧ କରାଯାଉଛିଏବଂ ଶିଳ୍ପ ଓବ୍ୟବସାୟିକଉପଭୋକ୍ତାମାନଙ୍କ ପାଇଁ କିରାସିନି ତେଲ ଉପଲବ୍ଧ କରାଯାଉଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକୁ ପରାମର୍ଶ ଦିଆଯାଇଛି ଯେ, ଏହି ସଙ୍କଟକାଳୀନ ସମୟରେ ଆତିଥ୍ୟ ଏବଂ ରେସ୍ତୋରାଁ କ୍ଷେତ୍ର ନିମନ୍ତେ ଏକ ମାସ ପାଇଁ ବାୟୋମାସ, ଆରଡିଏଫପେଲେଟ୍ ଏବଂ କିରାସିନି/କୋଇଲାକୁ ବିକଳ୍ପ ଇନ୍ଧନ ଭାବରେ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ, ଯାହା ଫଳରେ ଅଧିକ ସଂଖ୍ୟକ ପ୍ରତିଷ୍ଠାନ ସେଗୁଡ଼ିକୁ ବ୍ୟବହାର କରିପାରିବେ ଏବଂ ପ୍ରାଥମିକତା ଗ୍ରାହକମାନଙ୍କ ପାଇଁ ଏଲପିଜିମୁକ୍ତ ହୋଇପାରିବ।
୧୦. ଗ୍ରାହକ ମୂଲ୍ୟକୁ ବିଶ୍ୱ ବଜାର ପରିସ୍ଥିତିରୁ ସୁରକ୍ଷିତ ରଖାଯାଇଛି। ଜୁଲାଇ ୨୦୨୩ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ସାଉଦୀ ଚୁକ୍ତି ମୂଲ୍ୟରେ ୪୧ ପ୍ରତିଶତ ବୃଦ୍ଧି ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛାମୂଲ୍ୟ ସମାନ ସମୟ ମଧ୍ୟରେ ୩୨ ପ୍ରତିଶତ ହ୍ରାସ ପାଇଛି ଏବଂ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ୬୧୩ ଟଙ୍କା ରହିଛି। ନିକଟରେ ୬୦ ଟଙ୍କାର ବୃଦ୍ଧି ପରେ, ଅଣ-ସବସିଡିଯୁକ୍ତ ଉପଭୋକ୍ତା ସିଲିଣ୍ଡର ମୂଲ୍ୟ ୯୧୩, ବଜାର-ନିର୍ଧାରିତ ମୂଲ୍ୟ ପ୍ରାୟ ୯୮୭ ଟଙ୍କା ରହିଛି। ବିଶ୍ୱ ବଜାର ପରିସ୍ଥିତି ଆଧାରରେ ପ୍ରତି ସିଲିଣ୍ଡର ପିଛା ୧୩୪ ଟଙ୍କା ବୃଦ୍ଧି ଆବଶ୍ୟକତା ଥିବା ବେଳେ ଏଥିମଧ୍ୟରୁ ସରକାର ୭୪ ଟଙ୍କାର ଖର୍ଚ୍ଚ ବହନ କରିଛନ୍ତି । ଗୋଟିଏ ପିଏମ ଉଜ୍ଜ୍ୱଳା ଯୋଜନାପରିବାର ପାଇଁ ପ୍ରଭାବୀ ଅତିରିକ୍ତ ଖର୍ଚ୍ଚ ପ୍ରତିଦିନ ୮୦ ପଇସାରୁ କମ୍। ପଡ଼ୋଶୀ ଦେଶଗୁଡ଼ିକରେ ସମାନ ଏଲପିଜିମୂଲ୍ୟ ପାକିସ୍ତାନରେ ୧,୦୪୬ ଟଙ୍କା, ଶ୍ରୀଲଙ୍କାରେ ୧,୨୪୨ ଟଙ୍କା ଏବଂ ନେପାଳରେ ୧,୨୦୮ ଟଙ୍କାରହିଛି । ୨୦୨୪-୨୫ରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର କ୍ଷତି ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ୩୦,୦୦୦ କୋଟି ଟଙ୍କାର କ୍ଷତିପୂରଣ ମଞ୍ଜୁର କରାଯାଇଛି।
୧୧. ରାଜ୍ୟ ସରକାରଗୁଡ଼ିକ ପୂର୍ଣ୍ଣ ସହଯୋଗ ଏବଂ ସକ୍ରିୟ ସମନ୍ୱୟ ସହିତ ପରିସ୍ଥିତିର ମୁକାବିଲା କରିଛନ୍ତି। ୧୧ ମାର୍ଚ୍ଚ, ୨୦୨୬ରେ, ବରିଷ୍ଠ ତୈଳ ବିପଣନ କମ୍ପାନୀର ଅଧିକାରୀମାନେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ଗୋଆ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସମେତ ସମସ୍ତ ପ୍ରମୁଖ ରାଜ୍ୟର ରାଜ୍ୟ ପ୍ରଶାସନ ସହିତ ସାକ୍ଷାତ କରିଥିଲେ। ମୁଖ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଯୋଗାଣ ପରିସ୍ଥିତି, ପ୍ରାଥମିକତା କ୍ରମ ଏବଂ ପ୍ରବର୍ତ୍ତନ ଢାଞ୍ଚା ବିଷୟରେ ଅବଗତ କରାଯାଇଛି। ଜିଲ୍ଲାସ୍ତରୀୟ ତଦାରଖ କମିଟି ପ୍ରତିଷ୍ଠା କରାଯାଉଛି। ବିଭିନ୍ନ ରାଜ୍ୟରେ କଳାବଜାରୀ ବିରୋଧୀ ଚଢାଉ କରାଯାଇଛି ଏବଂ ମାମଲା ପଞ୍ଜିକରଣ କରାଯାଇଛି। ଜାତୀୟ ଆହ୍ୱାନର ମୁକାବିଲା କରିବା ଲାଗି ସହଯୋଗୀ ସଂଘୀୟ ବ୍ୟବସ୍ଥା ପାଇଁ ବର୍ତ୍ତମାନ ଆବଶ୍ୟକ ହେଉଥିବା ସମନ୍ୱୟର ଉଦାହରଣ ଏ କ୍ଷେତ୍ରରେ ଦେଖିବାକୁ ମିଳିଛି।
୧୨. ଏବେ ଗୁଜବ ସୃଷ୍ଟି କରିବା କିମ୍ବା ମନଗଢ଼ା କାହାଣୀ କହିବାର ସମୟ ନୁହେଁ। ଭାରତ ଇତିହାସର ସବୁଠାରୁ ଗମ୍ଭୀର ବିଶ୍ୱସ୍ତରୀୟ ଇନ୍ଧନ ସଂକଟର ସମ୍ମୁଖୀନ ହେଉଛି। ଅଶୋଧିତ ତୈଳ ଯୋଗାଣ ଜାରି ରହିଛି। ଘର ଏବଂ କୃଷି କ୍ଷେତ୍ର ପାଇଁ ଗ୍ୟାସ୍ ଏକ ପ୍ରାଥମିକତା। ଏଲପିଜି ଉତ୍ପାଦନ ୨୮ପ୍ରତିଶତ ବୃଦ୍ଧି ପାଇଛି। ଉପଭୋକ୍ତା ମୂଲ୍ୟ ବଜାର ଏବଂ ଆଞ୍ଚଳିକ ମାନଦଣ୍ଡକୁଅତ୍ୟନ୍ତ ନିମ୍ନ ସ୍ତରରେ ରଖାଯାଇଛି। ସ୍କୁଲ ଖୋଲା ଅଛି। ପମ୍ପଗୁଡ଼ିକରେ ପେଟ୍ରୋଲ ଉପଲବ୍ଧ। ରାଜନୈତିକ ସମ୍ପର୍କ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କର ଏଥିରେ ଭାଗ ରହିଛି। ଭାରତକୁ ଏହାର ଊର୍ଜା ଯୋଦ୍ଧାମାନଙ୍କ ପଛରେ, ଏହି ସଙ୍କଟ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକର ପଛରେ ଏବଂ ରାଷ୍ଟ୍ରହିତ ପଛରେ ଏକଜୁଟହେବାକୁ ପଡିବ। ଏଥିପାଇଁ ପ୍ରସ୍ତୁତି ଏବଂ ମୁକାବିଲାର ରେକର୍ଡ ସବୁ କିଛି ସ୍ପଷ୍ଟ କରି ଦେଇଛି ।