କୋମାରେ ବସୁଧା ଜଳ ଯୋଗାଣ : ଲୋକଙ୍କ କାମରେ ଆସୁନି ପାନୀୟଜଳ ଯୋଗାଣ ପ୍ରକଳ୍ପ

ବଣାଇ, (ନାରୟଣ ଚନ୍ଦ୍ର ବେହେରା) : କୋମାରେ ଥିବା ବସୁଧା ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କଷଡା ଗ୍ରାମରେ । ସୂଚନା ଅନୁସାରେ ଉକ୍ତ ଗ୍ରାମ ବଣାଇ ସହର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ବହୁଳ ଗ୍ରାମ ଭାବେ ପରିଚିତ । ବିଗତ ୧୦ ବର୍ଷରୁ ଅଧିକ ହେବ ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ବଣାଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ଗାଁ ରାସ୍ତା, ଗଳି, କନ୍ଦିରେ ପାଇପ୍ ବିଛା ହୋଇଥିଲା । ଗଭୀର ନଳକୂପ ଖୋଳା ହୋଇ ମୋଟର ଲଗାଇ ବିଦ୍ୟୁତ୍‌କରଣ ହୋଇଥିଲା । କିଛି ଦିନ ଏହା ଚାଲିବା ପରେ ଏହା କୌଣସି କାରଣରୁ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । ତା’ପରେ ଏହାର କିଛି ବର୍ଷ ପରେ ବସୁଧା ଯୋଜନାରେ ଓଭର ହେଡ୍‌ ପାଣି ଟ୍ୟାଙ୍କ ତିଆରି କରାଯାଇଥିଲା । ଗ୍ରାମବାସୀଙ୍କ କହିବା ଅନୁସାରେ ଖର୍ଚ୍ଚ ହେଲା ବିପୁଳ ଅର୍ଥ, ଫଳ ଶୂନ । ଏହି ପ୍ରକଳ୍ପ ତିଆରି କରିବାରେ ନିର୍ବାହ କରିଥିବା ଅଧିକାରୀ କାମ ସାରି ନିଶ୍ଚିନ୍ତରେ ଥିବା ବେଳେ ଏହି ପ୍ରକଳ୍ପ ଲୋକଙ୍କ କାମରେ ଆସୁ ନଥିବା ଅଭିଯୋଗ ହୋଇଛି । ଏହାର ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ଉକ୍ତ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.