ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ମଣ୍ଡଳର ୬ ଗୋଟି ଗ୍ରାମ ପଂଚାୟତର ବୁଥସ୍ତରୀୟ କର୍ମକର୍ତ୍ତାମାନଙ୍କୁ ନେଇ ଗଁରେଇ ଗ୍ରାମ ବି. ଆର୍. ଆମ୍ବେଦକର ହାଇସ୍କୁଲ ନିକଟରେ ଏକ ବୁଥସ୍ତରୀୟ ସମ୍ବିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୩ ଜଣ ବ୍ୟକ୍ତି ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ଗଁରେଇ ମଣ୍ଡଳ ସଭାପତି ମହାଦେବ ଟାହାଣିଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଂଗୀତ କୁମାରୀ ସିଂଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୋଦିଜୀଙ୍କର କାର୍ଯ୍ୟକାଳ ସମୟର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜଣାଇ ଥିବା ସହ ନୂତନ ଭାବରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତଓଙ୍କୁ ସ୍ୱାଗତ କରିଥିଲେ । ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ବଲାଙ୍ଗିର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସୁରେଶ ଚନ୍ଦ୍ର ନେଉରା, ଧୂବଲେଶ୍ଵର ଲୁହା, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ, ଗଁରେଇ ମଣ୍ଡଳ ସାଧାରଣ ସମ୍ପାଦକ ପଦ୍ମନାଭ ସାହୁ, ପ୍ରମୁଖ ମଞ୍ଚାସୀନ ରହି ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ବୁଥରେ ସଂଗଠନ କରିବା, ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ କିପରି ମଜବୁତ କରି ସାଂସଦ ଓ ବିଧାୟକଙ୍କୁ ବିଜୟୀ କରିବା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଲେବଡା ଗ୍ରାମ ପଂଚାୟତର ୫୪ଜଣ, ଟୁପାଉଡାର ଗ୍ରାମ ପଂଚାୟତର ୩୯ ଜଣ, ଗଁରେଇ ଗ୍ରାମ ପଂଚାୟତ ରୁ ୨୨ ଜଣ, ଗୋଇମୁଣ୍ଡ ଗ୍ରାମ ପଂଚାୟତରୁ ୨୮ ଜଣ, ଡ଼ଙ୍ଗରପଡା ଗ୍ରାମ ପଂଚାୟତ ୩୮ ଜଣ ଓ ପତ୍ରାପାଳି(କ) ଗ୍ରାମ ପଂଚାୟତରୁ ୨୨ ଜଣ ଅନ୍ୟ ଦଳ ଛାଡି ସର୍ବମୋଟ ୨୦୩ ଜଣ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ପ୍ରଦୀପ ବଛା ପରିଚାଳନା କରିଥିବା ବେଳେ ବିଷ୍ଣୁ ବେହେରା, ତହସିଲ ନାଗ, ତେଜୁରାମ ବାଗ, ହରିଦାସ ଛୁରା, ମାଲିକ ମହାକୁର, ସୁବାଷ ପୋଢ଼, ନାରାୟଣ ସାହୁ, ଇଶ୍ଵର ପୁଟେଲ, ଦୟାସାଗର ବେହେରା ଓ ଫକିର ଲୁହା ପ୍ରମୁଖ ସହଯୋଗ କରିଥିଲେ ।