ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଉମାଶଙ୍କର ବେହେରାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ନିମନ୍ତେ ନୂତନ ଉପଜିଲ୍ଲାପାଳ ଭାବେ ଉମାଶଙ୍କର ବେହେରା ଗତକାଲି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ବେହେରା ଭଞ୍ଜନଗର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳ ରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ସେ ସମସ୍ତ କର୍ମଚାରୀଗଣଙ୍କୁ ଦଳଗତ ସ୍ୱଚ୍ଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଅମିତ ରଞ୍ଜନ ହୋତା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା, ଏଷ୍ଟାବ୍ଲିସମେଣ୍ଟ ଅଫିସର ଇନଚାର୍ଜ ବନବିହାରୀ ସ୍ୱାଇଁ ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଓ କନିଷ୍ଠ ସହାୟକଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ନୂତନ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ବହୁ ବୁଦ୍ଧିଜୀବୀଗଣ ଏଂବ ସାମ୍ବାଦିକ ବନ୍ଧୁଗଣ ନୂତନ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉପେଢ଼øକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରକାଶ ଥାଉ କି ଏହା ପୂର୍ବରୁ ଉପଜିଲ୍ଲାପାଳ ଥିବା ଅନିଲ କୁମାର ସେଠୀଙ୍କ ଓଡିଶା ବିଧାନସଭା ସରକାରୀ ମୁଖ୍ୟ ସଚେତଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ବଦଳି ହୋଇଛି ଓ ଶ୍ରୀ ସେଠୀ ଓଡିଶା ବିଧାନସଭା ସରକାରୀ ମୁଖ୍ୟ ସଚେତଙ୍କ ପ୍ରାଇଭେଟ ସେକ୍ରେଟାରୀ ରୂପେ ଭାବେ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.