ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର : ଶାସ୍ତ୍ରୀ ନଗରରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଇତିହାସରେ ଏକ ଐତିହାସିକ ଦିନ, ଦେଶର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ନୂଆଁ ଯୋଜନା ମାନଙ୍କ ଘୋଷଣା କରିଛନ୍ତି । ଏହା ମଧ୍ୟରେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡର ପ୍ରାରମ୍ଭ, ୭୦ ବର୍ଷର ବୟୋଜ୍ୟେଷ୍ଠଙ୍କ ପାଇଁ ମାଗଣା ଚିକିତ୍ସାରେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା, ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ପ୍ରାକୃତିକ ଚିକିତ୍ସା ପାଇଁ ୪୦ ଏକର ଜମିରେ ନେଚୋରପାଥି ଚିକିତ୍ସାଳୟର ଶୁଭାରମ୍ଭ, ସର୍ବୋପରି ଏଲୋପାଥି, ଆୟୁର୍ବେଦିକ ଓ ୟୁନାନୀ ଚିକିତ୍ସାର ମିଳିତ ସଂଯୋଗୀକରଣ ପ୍ରଣାଳୀକୁ ସ୍ୱୀକୃତି ଓ ଚିକିତ୍ସା ଉପଲବ୍ଧ, ଟୀକାକରଣ ମଧ୍ୟରେ ନୂଆଁ ଡିଜିଟାଲ ସୁବିଧା ଉପଲବ୍ଧ ଇତ୍ୟାଦିକୁ ଶୁଭାରମ୍ଭ କରାଯାଇଛି । ଏହି ପରିପେକ୍ଷୀରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗର ଠାରେ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଶୁଭାରମ୍ଭ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଏହାକୁ ସରକାରଙ୍କ ସ୍ୱାସ୍ଥ୍ୟ ପୋର୍ଟାଲରେ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.