ମୁରିବାହାଲ ବ୍ଲକର ନୂତନ ସିଡିପିଓ ଭାବେ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ନୂତନ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) ଭାବେ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଏହାପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ସିଡିପିଓ ରୂପେ କାର୍ଯ୍ୟ କରୁଥିଲେ । ମୁରିବାହାଲ ବ୍ଲକରେ ପୂର୍ବରୁ ସ୍ଥାୟୀ ସିଡ଼ିପିଓ ଥିବା ସୁପ୍ରଭା ମହାପାତ୍ରଙ୍କ ଅବସର ଗ୍ରହଣ ପରେ ଏହି ପଦବୀଟି ଖାଲି ପଡିଥିଲା । ସୁଶ୍ରୀ ବୈଠାରୁଙ୍କ ଯୋଗଦାନ ପରେ ତାଙ୍କୁ କାର୍ଯ୍ୟାଳୟର ସମସ୍ତ ସୁପର୍‌ଭାଇଜର୍‌ ଓ କର୍ମଚାରୀ ସ୍ୱାଗତ କରିଥିଲେ । ନୂତନ ସିଡିପିଓ ରୂପେ ଯୋଗଦେଇଥିବା ସୁଶ୍ରୀ ବୈଠାରୁଙ୍କୁ ଆଜି ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ବରିଷ୍ଠ ଉପଦେଷ୍ଟା ଡ. ଭଗବାନ ମହାନ୍ତି ଓ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ଆସୋସିଏସନ୍‌ର ଉପଦେଷ୍ଟା ବନବିହାରୀ ଯୋଶୀ, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ଗିରିଧାରୀ ସାହୁ, ପ୍ରେମାନନ୍ଦ ତାଣ୍ଡି, ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି, ସହସମ୍ପାଦକ ମୋତିଲାଲ ତାଣ୍ଡି, ପାର୍ଥରାଜ ଲୁହା, ହୃଦାନନ୍ଦ ବାଗ, ଚୁଡ଼ାମଣି ମହାକୁର, ସୁବାସ ଚନ୍ଦ୍ର ମାଝୀ, ସୁମନ୍ତ ମହାଲିଙ୍ଗ, ସୁଧୀର ତାଣ୍ଡି ଓ ମହାଦେବ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବର ଅଭିଜ୍ଞତାକୁ ନେଇ ସମସ୍ତଙ୍କ ସହଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଚେଷ୍ଟା କରିବି ବୋଲି ସୁଶ୍ରୀ ବୈଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.