oom

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ବିଜେପିରୁ ଇସ୍ତଫା ଦେଲେ ତିନି ବିଜେପି ନେତା : ବିଜେଡିରେ କଲେ ଯୋଗଦାନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୋଟିଏ ପଟେ ଆଜି ବଲାଙ୍ଗିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଥିବା ବେଳେ ଅନ୍ୟ ପଟେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ବଡ ଝଟ୍‌କା ଲାଗିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ବିଜେପି ବରିଷ୍ଟ ନେତା ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଗୁଡଭେଲା ବ୍ଲକ ୬ ନମ୍ବର ଜୋନର ପୂର୍ବତନ ବିଜେପି ଜିଲ୍ଲା ପରିଷଦ କଳ୍ପନା ପଧାନି, ୫ ନମ୍ବର ଜୋନ୍‌ର ମୀନାରାଣୀ ପ୍ରଧାନ, ସଇଁତଲା ୩୨ ନମ୍ବର ଜୋନ୍‌ର ସୋରୋଜୀନି ସାହୁ ଓ ଜିଲ୍ଲା ବିଜେପି ଉପସଭାପତି ରାଜେଶ ସାହୁ ଆଜି ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିତି ଆଦର୍ଶ ସହ ଟିଟିଲାଗଡ ବିଜେଡି ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁଙ୍କ ନେତୃତ୍ୱକୁ ସ୍ଵୀକାର କରି ଆଜି ସଇଁତଲା ଅଞ୍ଚଳର ତିନି ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଆଜି ଟିଟିଲାଗଡ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି । ଆଗାମୀ ଦିନରେ ମନ୍ତ୍ରୀ ଟୁକୁନି ସାହୁଙ୍କ ହାତ ମୁଠାକୁ ଟାଣ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୁଖି ଯୋଜନାକୁ ସଇଁତଲା ତଥା ଗୁଡଭେଲା ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇ ପାରିବ ତାହା ନେଇ କାମ କରିବୁ ବୋଲି ତିନି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କହିଛନ୍ତି । ମିଶ୍ରଣ ପର୍ବରେ ସଇଁତଲା ବିଜେଡି ବ୍ଲକ୍‌ ଓଭ୍‌ଜାର୍ବର ଲୋଟସ୍‌ ଷଡ଼ଙ୍ଗୀ, ମୁକେଶ ଜୈନ ଓ ସଇଁତଲା ସରପଞ୍ଚ ସୁବ୍ରତ ନାଗ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.