oom

ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ରିପୁନାଥ ସୁନାଙ୍କ ବଦଳି ସମ୍ବଲପୁର ଜିଲ୍ଲାକୁ ହୋଇଛି । ସରକାରୀ ନିର୍ଦ୍ଦେଶ କ୍ରମେ କଲାହାଣ୍ଡି ଜିଲ୍ଲା ନର୍ଲା ବିଡିଓ ବାସନ୍ତୀ ସେଠୀ ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ବିଡିଓ ଭାବେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶ୍ରୀମତୀ ସେଠୀଙ୍କୁ ଆଜି ଗୁରୁବାର ବଙ୍ଗୋମୁଣ୍ଡା ବ୍ଲକ କର୍ମଚାରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସରକାରୀ ଯୋଜନା କିପରି ଲୋକମାନଙ୍କ ପାଖକୁ ପହଂଚି ପାରିବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯୋଗ ଦେବା ସମୟରେ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ବିଭାଗର କାର୍ଯ୍ୟରତ କର୍ମଚାରୀ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ, ବଙ୍ଗୋମୁଣ୍ଡା ବ୍ଲକ ସମିତି ସଭ୍ୟ ସଂଘ ସହ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନୂତନ ବିଡିଓଙ୍କୁ ଫୁଲତୋଡା ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ପୂର୍ବତନ ବିଡିଓ ରିପୁନାଥ ସୁନା ନୂତନ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏଥିରେ ବ୍ଲକର କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.