ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଗସ୍ତରେ ଆସି ସହରସ୍ଥିତ ହୋଟେଲ ସେଲିବ୍ରେସନଠାରେ ଅନୁଷ୍ଠିତ ହୋଇଥିବା ଏକ ଶୁୁଦ୍ଧିକ୍ରିୟାରେ ଯୋଗ ଦେଇଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଝାରଖଣ୍ଡ ହାଇାକୋର୍ଟର ମୁଖ୍ୟ ବିଚାରପତି ତଥା ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ସଂଜୟ କୁମାର ମିଶ୍ରଙ୍କ ବାପା ଓ ମା’ଙ୍କ ଶୁଦ୍ଧିକ୍ରିୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ ଯୋଗଦାନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍ ସ୍ୱତନ୍ତ୍ର ବାୟୁଯାନରେ ଆସି ତୁଷୁରା ଏୟାର୍ ଷ୍ଟ୍ରିପରେ ଅପରାହ୍ନ ୩ ଟା ୩୫ ମିନିଟରେ ପହଂଚି କଡ଼ା ସୁରକ୍ଷା ବଳୟରେ ବଲାଙ୍ଗିରକୁ ଅପରାହ୍ନ ୪ଟା ସମୟରେ ପହଂଚିଥିଲେ । ସୂଚନାଯୋଗ୍ୟ ଯେ, ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ମିଶ୍ରଙ୍କ ପୂର୍ବରୁ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ମା’ଙ୍କ ଦଶାହ ଦିନ ବାପାଙ୍କ ମଧ୍ୟ ଦେହାନ୍ତ ହୋଇଯାଇଥିଲା । ତେବେ ଆଜି ମା’ ଓ ବାପାଙ୍କ ଶୁଦ୍ଧକ୍ରିୟା କାର୍ଯ୍ୟକ୍ରମ ଥିବା ବେଳେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।